ଓଡିଶା

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

(ବାଲେଶ୍ଵର) : ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ପୁରିଥିଲେ ମଧ୍ୟ ସେ ରାତିର କରାଳ କେ ଦୃଶ୍ୟ ଏପର୍ଯ୍ୟନ୍ତ ମନରୁ ଯାଉନି । ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କର  ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତିନିଜଣଙ୍କୁ ପୁଣି ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଗିରଫ ୩ ଅଭିଯୁକ୍ତ ନିଲମ୍ବିତ ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଦୁଇଟି ପର୍ଯ୍ୟାୟରେ ୮ଦିନ ରିମାଣ୍ଡରେ ଆଣିଥିଲା ସିବିଆଇ।  ଏହି ଘଟଣାରେ ୭ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଝିଥିବା ବେଳେ ଆଜି ରେଲୱେ ବୋର୍ଡର ଚେୟାରମ୍ୟାନ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନୋଟିସ ମିଳିଛି । ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଏକ ପିଟିସନ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC ।

 

Related posts

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

mahabharatanews

ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ, ବାଲଟିରେ ପାଣି ବୋହି କ୍ଷେତ ସିଞ୍ଚୁଛନ୍ତି ଚାଷୀ

mahabharatanews

ସଂଗରୋଧ କେନ୍ଦ୍ରରେ ମିଳୁନି ଆଶ୍ରୟ: ଗଛ ତଳେ ଭୋକ ଉପାସରେ ପ୍ରବାସୀ

mahabharatanews