ଓଡିଶା

ରେଳ ଦୁର୍ଘଟଣା : ଜେଲ୍କୁ ଫେରିଲେ ୩ ଅଭିଯୁକ୍ତ 

(ବାଲେଶ୍ଵର) : ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଦେଢ଼ ମାସ ପୁରିଥିଲେ ମଧ୍ୟ ସେ ରାତିର କରାଳ କେ ଦୃଶ୍ୟ ଏପର୍ଯ୍ୟନ୍ତ ମନରୁ ଯାଉନି । ଏହି ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କର  ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତିନିଜଣଙ୍କୁ ପୁଣି ଜେଲ୍ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ , ଗିରଫ ୩ ଅଭିଯୁକ୍ତ ନିଲମ୍ବିତ ସିନିଅର ସେକ୍ସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍ ଓ ଟେକ୍ନିସିଆନ୍ ପପୁ କୁମାରଙ୍କୁ ଦୁଇଟି ପର୍ଯ୍ୟାୟରେ ୮ଦିନ ରିମାଣ୍ଡରେ ଆଣିଥିଲା ସିବିଆଇ।  ଏହି ଘଟଣାରେ ୭ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଝିଥିବା ବେଳେ ଆଜି ରେଲୱେ ବୋର୍ଡର ଚେୟାରମ୍ୟାନ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ନୋଟିସ ମିଳିଛି । ମାନବାଧିକାର ଉଲ୍ଲଂଘନ ଅଭିଯୋଗରେ ଏକ ପିଟିସନ ଆଧାରରେ ଆକ୍ସନ ଟେକେନ୍ ରିପୋର୍ଟ ତଲବ କରିଛନ୍ତି NHRC ।

 

Related posts

ଶ୍ରୀମନ୍ଦିର ଢାଞ୍ଚାରେ ହେବ ଲିଙ୍ଗରାଜ ମନ୍ଦିରର ମୁଖ୍ୟଦ୍ୱାର

mahabharatanews

ନଦୀରୁ ବସ୍ତାରେ ବନ୍ଧା ୨ ମୃତଦେହ ଉଦ୍ଧାର

mahabharatanews

ଘରକୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ଯୁବକ

mahabharatanews