ଓଡିଶା

ମାର୍କେଟ ବିଲ୍ଡିଂ ବନ୍ଦ ଘଟଣାରେ ମୁହଁ ଖୋଲିଲେ ବିଏମ୍ସି କମିଶନର  

(ଭୁବନେଶ୍ୱର) :  ମାର୍କେଟ ବିଲ୍ଡିଂ ବନ୍ଦ ନେଇ ମୁହଁ ଖୋଲିଲେ ବିଏମ୍ସି କମିଶନର ।  ସେ କହିଛନ୍ତି ଯେ କିଛି ଲିଗାଲ୍ ଇସ୍ୟୁ ଅଛି, ଟିକେ ସମୟ ଲାଗିବ। ଉଠା ଦୋକାନୀଙ୍କ ପାଖରେ ହାଇକୋର୍ଟ ଅର୍ଡର ଅଛି। ସେମାନଙ୍କୁ କେମିତି ଥଇଥାନ କରାଯିବ ଆଲୋଚନା କରିବୁ। ଲିଗାଲ ଅଧିକାରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

ସୂଚନାନୁଯାୟୀ ,  ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ଏପରି ନିଷ୍ପତ୍ତି ନେଇଛି ଦୋକାନ ମାଲିକ ସଂଘ ।  ମାର୍କେଟ ବିଲ୍ଡିଂରେ ଗହଳି କରିବା ସହ ଏଣେତେଣେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି । ଭୁବନେଶ୍ୱର ମହାନଗର ନିଗମକୁ ଅନେକ ଥର ସ୍ଥାୟୀ ଦୋକାନୀ ସଂଘ ଏ ବାବଦରେ ଅବଗତ କରାଇଛନ୍ତି । ତେଣୁ ସମସ୍ୟାର ସମାଧାନ ନ ହେବାରୁ ଏପରି ନିଷ୍ପତ୍ତି ହୋଇଛି।

 

 

 

 

Related posts

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

mahabharatanews

ଘରଭଡା ମାଗିବାରୁ ମାଲିକଙ୍କୁ ଛାତରୁ ଠେଲିଦେଲେ ଭଡାଟିଆ

mahabharatanews

ପ୍ରେମିକର ଅତ୍ୟାଚାର ସହି ନପାରି ଯୁବତୀଙ୍କ ଆତ୍ମହତ୍ୟା

mahabharatanews