ଓଡିଶା

 ବାବା ଲୋକନାଥ ପୀଠରେ ୨୯୪୦୦ କାଉଡ଼ିଆଙ୍କ ଜଳଲାଗି

(ଭୁବନେଶ୍ୱର) : ଗତକାଲି ଶ୍ରାବଣ ମାସର ଦ୍ଵିତୀୟ ସୋମବାର ସହ ସଂକ୍ରାନ୍ତି ପଡୁଥିବାରୁ ରାଜ୍ୟର ସମସ୍ତ ଶୈବ ପୀଠରେ ନାହିଁନଥିବା ଭିଡ଼ ଦେଖିବାକୁ ମିଳିଥିଲା  ।  ଏହିକ୍ରମରେ ଚଳିତ ବର୍ଷ ଶ୍ରୀଲୋକନାଥଙ୍କ ପୀଠରେ ରେକର୍ଡ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ୨୯୪୦୦ କାଉଡ଼ିଆ ଜଳଲାଗି କରିଛନ୍ତି। ଗତ ୧୦ ତାରିଖରେ ଶ୍ରାବଣ ପ୍ରଥମ ସୋମବାର ପ୍ରାୟ ୧୬ ହଜାର ଭକ୍ତ ପାଣି ଲାଗି କରିଥିଲେ। ତେବେ ଏଥର ଯୋଡ଼ା ଶ୍ରାବଣ ଯୋଗୁ ମଝିରେ ମଳ ମାସ ପଡ଼ୁଥିବାରୁ ଦ୍ବିତୀୟ ପାଳିରେ ସର୍ବାଧିକ କାଉଡ଼ିଆ ଜଳ ଲାଗି କରିଛନ୍ତି।

ସୂଚନାନୁଯାୟୀ ,  ଭକ୍ତମାନେ ରବିବାର ଅପରାହ୍ନରୁ ଟିକେଟ୍‌ କରି ରାତିରୁ ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ୧୨ଟା ବାଜିବା ପୂର୍ବରୁ ଆଜି କାଉଡ଼ିଆଙ୍କ ଲମ୍ବା ଧାଡ଼ି ଷଣ୍ଢ ଛକ ପର୍ଯ୍ୟନ୍ତ ଲମ୍ବିଥିଲା। ଗତକାଲି ଶୀଘ୍ର ପହୁଡ଼ ପଡ଼ିବା ପରେ ରାତି ୧୨ଟାରୁ ଦ୍ବାର ଫିଟା ହୋଇଥିଲା। ମଙ୍ଗଳ ଆଳତି ଓ ଅବକାଶ ପରେ ରାତି ୧୨ଟା ୨୦ ମିନିଟରୁ ଜଳଲାଗି ଆରମ୍ଭ ହୋଇଥିଲା।

Related posts

ଅଗଷ୍ଟ ୧୧ରୁ ଯୁକ୍ତ ତିନି ନାମଲେଖା ଲାଗି ଆବେଦନ

mahabharatanews

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ

mahabharatanews

ଲଗାଣ ବର୍ଷାରେ ବେହାଲ ସୋନପୁର ସହର

mahabharatanews