ଭାରତ

୪୫ ବର୍ଷର ଭାଙ୍ଗିଲା ରେକର୍ଡ, ତାଜମହଲ ଛୁଇଁଲା ଯମୁନା ପାଣି   

(ଆଗ୍ରା): ତାଜମହଲକୁ ଛୁଇଁଲା ଯମୁନାପାଣି । ଯମୁନାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ତେବେ ଯମୁନା ବନ୍ୟା ଜଳ ସହରକୁ ପ୍ରବେଶ ନକରିବା ପାଇଁ ପଦକ୍ଷେପ ନିଆଯାଉଛି, କିନ୍ତୁ ଏବେ ବି ଯମୁନା ପାଣି ବିପଦ ସଂକେତ ଉପରେ ଚାଲିଛି । ଯେତେବେଳେ ଯମୁନାର ଜଳ ସ୍ତର ୪୯୫ ଫୁଟ ନିମ୍ନ ବନ୍ୟା ସ୍ତରରୁ ପହଞ୍ଚିଲା ଫଳରେ ଯମୁନା ଜଳ ତାଜମହଲ ପାର୍ଶ୍ୱରେ ବଗିଚାରେ ପହଞ୍ଚିଛି।

ସୂଚନାନୁଯାୟୀ , ୪୫ ବର୍ଷ ପୂର୍ବେ, ୧୯୭୮ର ବନ୍ୟା ସମୟରେ, ତାଜମହଲର ତଳ ମହଲାରେ ଜଳ ପହଞ୍ଚିଥିଲା। ଯମୁନାର ଜଳ ସ୍ତର ୫୦୦ ଫୁଟ ଉଚ୍ଚ ବନ୍ୟା ସ୍ତରରେ ପହଞ୍ଚିଥିଲା। ୧୯୭୮ ମସିହା ପ୍ରବଳ ବନ୍ୟାରେ ବି ପାଣି ମୁଖ୍ୟ ସମାଧିକୁ ଛୁଇଁ ପାରି ନଥିଲା । ବନ୍ୟାପାଣି ଯେପରି ସମାଧିସ୍ଥଳ ନଛୁଇଁପାରିବ ସେହିଭଳି ଡିଜାଇନରେ ଏହାର ନିର୍ମାଣ କରାଯାଇଛି ବୋଲି ପ୍ରତ୍ନତତ୍ତ୍ବ ବିଭାଗର ଜଣେ ଅଫିସର କହିଛନ୍ତି।

Related posts

ମିଳିଲା ଅନୁମତି ,୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

mahabharatanews

୨ହଜାର ନୋଟ୍‌ ପ୍ରତ୍ୟାହାର ‘ବିଲିୟନ୍‌ ଡଲାର୍‌ ଧୋକା’: ମମତା ବାନାର୍ଜୀ

mahabharatanews

ପରଲୋକରେ ପୂର୍ବତନ ଆଇପିଏସ ଅଧିକାରୀ

mahabharatanews