ଓଡିଶା

ଧୋଇଗଲା ଅସ୍ଥାୟୀ ପୋଲ,ଯୋଗାଯୋଗ ବିଚ୍ଛିନ୍ନ

(ପାରଳାଖେମୁଣ୍ଡି) : ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ। ଫଳରେ ୩ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଖାପାଖି ପ୍ରାୟ ଅଢ଼େଇ ହଜାର ଲୋକ ହନ୍ତସନ୍ତହେଉଥିବା ବେଳେ ୧୨ କି.ମି. ବୁଲି ଆନ୍ଧ୍ର ଦେଇ ଆସୁଛନ୍ତି ଲୋକେ।

ସୂଚନାନୁଯାୟୀ ,  ସେହିପରି ଲଗାଣ ବର୍ଷା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ୨୦ରୁ ୨୨ ଯାଏଁ ସମୁଦ୍ର ମନା ହୋଇଛି । ସକ୍ରିୟ ମୌସୁମୀ ପ୍ରବାହ ତଥା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳ ତଥା ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ପବନ ତଥା ଝଟକା ପବନର ଘଣ୍ଟାପ୍ରତି ବେଗ ୪୦ ରୁ ୫୦କିମି ସମ୍ଭାବନା ହେତୁ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

 

Related posts

୨୫୦ କିମି ଚାଲିଚାଲି ଘରେ ପହଞ୍ଚିଲେ ୩ ଶ୍ରମିକ

mahabharatanews

୪ ନକଲି ଶିକ୍ଷକ ଗିରଫ

mahabharatanews

ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ

mahabharatanews