ଓଡିଶା

ବିଜେଡିରେ ସାମିଲ ହେଲେ ଭି.କେ ପାଣ୍ଡିଆନ

(ଭୁବନେଶ୍ୱର) :  ବିଜେଡିରେ ମିଶିଲେ  ଭି.କେ ପାଣ୍ଡିଆନ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡିରେ ଯୋଗଦେଲେ ଭି.କେ.ପାଣ୍ଡିଆନ । ଦଳର ପ୍ରାଥମିକ ସଦସ୍ୟ ଭାବେ ଦେଲେ ଯୋଗ ।

ସୂଚନାନୁଯାୟୀ , ଦଳର କୌଣସି ପଦପଦବୀରେ ରହିବେନି ପାଣ୍ଡିଆନ । ଏନେଇ ନବୀନ ନିବାସରେ ହେଲା ବଡ଼ ଘୋଷଣା ।  ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନେତାଙ୍କୁ ନେଇ ବୈଠକ ହୋଇଛି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା,ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ସମୀର ଦାସ,ବିଧାୟକ ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା

mahabharatanews

ବାଲି ଭିତରୁ ମିଳିଲା ଅଧାପୋତା ମୃତଦେହ

mahabharatanews

ରାସ୍ତାରୁ ଉଠେଇ ନେଇ ମହିଳାଙ୍କୁ ଦୁଷ୍କର୍ମ ,ଅଭିଯୁକ୍ତ ଗିରଫ

mahabharatanews