ଓଡିଶା

୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା 

 (ଭୁବନେଶ୍ୱର) :  ବଙ୍ଗୋପସାଗରରେ ସୃଷ୍ଟି ହେଲା ଏକ ଘୂର୍ଣ୍ଣିବଳୟ । ଏହା ଆହୁରି ଘନୀଭୂତ ହୋଇ ଆସନ୍ତା ୨୧-୨୨ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ ।  ୨୪ ତାରିଖ ବେଳକୁ ଏହା ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ସୂଚନା ମିଳିଛି ।

ସୂଚନାନୁଯାୟୀ , ବିଶେଷକରି ୨୪ ଓ ୨୫ ଜୁଲାଇରେ ଏସବୁ ଅଂଚଳରେ ପ୍ରବଳ ବର୍ଷା ହେବ । ପରେ ଲଘୁଚାପଟି ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଫଳରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର ବିଦର୍ଭ ଅଂଚଳରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଓଡ଼ିଶା, ଛତିଶଗଡ଼ ଆଦି ରାଜ୍ୟରେ ଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତିରେ ସୁଧାର ଆସିବ ।

Related posts

୨୮ରେ ଯୁକ୍ତ୨ ପରୀକ୍ଷା ଫଳ

mahabharatanews

ଶେରଗଡ ପୋଲିସର ପାଟ୍ରୋଲିଂ କଡାକଡି

mahabharatanews

ବାଟପାଳସା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଟିତ

mahabharatanews