ଓଡିଶା

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର 

(କଟକ) :  ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଥିଲେ । ୧୦ ଜୁନ୍ ୨୦୨୨ରୁ ଜଷ୍ଟିସ୍ ତାଳପତ୍ର ହାଇକୋର୍ଟରେ ବିଚାରପତି ଥିଲେ ।

ଖବରନୁଯାୟୀ , ଅଗଷ୍ଟ ମାସ ୭ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ମୁରଲୀଧର ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ । ଜଷ୍ଟିସ ଶୁଭାଶିଷ ତାଳପତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ସ୍ନାତକ ପାସ୍ କରିଥିଲେ । ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ । ୨୦୦୪  ଡିସେମ୍ବର ୨୧  ଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ । 2011 ମସିହା ନଭେମ୍ବର ୧୫ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

Related posts

ଭାଲୁ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ରାତି ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କ କ୍ୟାମେରାରେ କଏଦ ହେଲା ରାତିରେ ବୁଲୁଥିବା ହାତୀ ଶାବକ

mahabharatanews

କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

mahabharatanews