ଓଡିଶା

ମାଲକାନଗିରିରେ ଭୂସ୍ଖଳନ,ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୯ ଗାଁ 

(ମାଲକାନଗିରି) : ଲଗାତାର ବର୍ଷା ହେତୁ  ମାଲକାନଗିରି ବାୟାପଡ଼ା ଘାଟିରେ ଭୂସ୍ଖଳନ ହୋଇଛି । ଫଳରେ ବାହ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନାକାମାମୁଡ଼ି ପଞ୍ଚାୟତର ୧୯ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଉକ୍ତ ସ୍ଥାନର  ପ୍ରାୟ ୩ ହଜାର ଲୋକେ ହନ୍ତସନ୍ତ ହେଉଛନ୍ତି।

ସୂଚନାନୁଯାୟୀ , ଗତକାଲିର ଘୂର୍ଣ୍ଣି ବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ସକ୍ରିୟ, ଏହି ଲଘୁଚାପ କ୍ଷେତ୍ର ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି।

Related posts

ପୁରୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews

୪ଟା ଯାଏଁ ଗୃହ ମୁଲତବି

mahabharatanews