ଓଡିଶା

ସୃଷ୍ଟି ହେବ ଆଉ ଏକ ଲଘୁଚାପ ,୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା

(ଭୁବନେଶ୍ୱର) :  ଜୁଲାଇ ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି ଏବଂ ପରିମାଣ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉପାନ୍ତର ଉପକହଳ ସବୁଠି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୂଚନାନୁଯାୟୀ ,  ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ରାୟଗଡ଼ା, ବୌଦ୍ଧ, ସୁବର୍ଣ୍ଣପୁର ସମେତ ୧୩ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Related posts

ପିଲାଙ୍କୁ ଉଦ୍ଧାର ପାଇଁ ଛକ, ବଜାରରେ ଲାଗିଲା ପୋଷ୍ଟର

mahabharatanews

କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଚାପାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ

mahabharatanews

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାରର ଶେଷ ଦିନ

mahabharatanews