ଓଡିଶା

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଜୀବନ

(ଟିଟିଲାଗଡ) ; ଯାଇଥିଲେ ଟାଙ୍କି ସଫା କରିବାକୁ ହେଲେ ସେଠାରେ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ଟାଉନ୍ ହିନ୍ଦୀ ସ୍କୁଲ ଛକ ନିକଟରେ ଘଟିଛି।ପାଇଖାନା ସଫା କରିବା ପାଇଁ ଲିଳାଧାରଙ୍କ ସମେତ ୩ ଯୁବକ ଯାଇଥିଲେ। ହେଲେ ଦୀର୍ଘ ସମୟ ଧରି କେହି ବାହାରକୁ ନଆସିବାରୁ ଟିଟିଲାଗଡ଼ ଥାନାକୁ ଖବର ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କି ଭିତରୁ ୩ ଜଣଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଟିଟିଲାଗଡ ହସ୍ପିଟାଲ ଭର୍ତ୍ତି କରିଥିଲେ। ସେଠାରେ ଟଙ୍କ ବାଗଙ୍କୁ ମୃତ ଘୋଷଣା କରାଯାଇଥିଲା।
ତେବେ ଘର ମାଲିକ ଲିଳାଧାର ରତେଇଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତୃତୀୟ ଅସୁସ୍ଥ ହେମରାଜ ବିଶ୍ୱାଳ। ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।

 

Related posts

ଅଞ୍ଜଳୀର ପରିବାରକୁ ସାହାଯ୍ୟ କଲେ ଶାହାରୁଖ

mahabharatanews

ମା ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଓ ପ୍ରତିମା ପ୍ରତିଷ୍ଠା ଉତ୍ସବ

mahabharatanews

ବୃଦ୍ଧି ପାଇଲା ଅମୁଲ କ୍ଷୀର ଦର

mahabharatanews