(ମଣିପୁର) : ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ। ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି । ମଣିପୁର ପୁଲିସ୍ ଆଜି ସକାଳୁ ତାଙ୍କୁ ଥାଉବଲ ଜିଲ୍ଲାରୁ ଗିରଫ କରିଛି। ତାଙ୍କୁ ଗିରଫ କରିବାରୁ ୧୨ଟି ଟିମ୍ ଗଠନ କରାଯାଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ସୂଚନାନୁଯାୟୀ , ଘଟଣାଟି ହେଉଛି ଦୁଇ ଆଦିବାସୀ ମହିଳାଙ୍କୁ ଉଲ୍ଲଗ୍ନ କରି ରାସ୍ତାରେ ବୁଲାଯିବା ଓ ତା’ର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ସେୟାର କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେ ଏଇ ନୃଶଂସ ରାକ୍ଷସ ଉଭୟ ମହିଳାଙ୍କୁ ଉଠାଇ ନେଇ ଏକ ପଡ଼ିଆରେ ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲ୍ଲଗ୍ନ କରି ରାସ୍ତା ଉପରେ ଚଳାଇ ଚଳାଇ ନେଉଛନ୍ତି। ଏହି ଭିଡିଓ ଭାଇରଲ ହେବ ପରେ ଭାଇରାଲ ହେବାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି।