ଭାରତ

ଭୂକମ୍ପ ଝଟକାରେ ଥରିଲା ଜୟପୁର ଓ ମଣିପୁର

(ଜୟପୁର) : ଭୂକମ୍ପ ଝଟକାରେ ଥରିଲା ଜୟପୁର ଓ ମଣିପୁର । ପାହାନ୍ତା ୪ ରୁ ଭୋର୍‌ ୪.୨୫ ମଧ୍ୟରେ ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ସଂଘଠିତ ହୋଇଛି। ପାହାନ୍ତା ୪:୦୯ରେ ଜୟପୁରରେ ସଂଘଠିତ ପ୍ରଥମ ଭୂମିକମ୍ପର ତୀବ୍ରତା ଥିଲା ୪.୪, ୪:୨୨ରେ ସଂଘଠିତ ଦ୍ବିତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୧ ଏବଂ ୪:୨୫ରେ ସଂଘଠିତ ତୃତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୪।

ସୂଚନାନୁଯାୟୀ , ଏଥିରେ କେହି ମୃତାହତ କିଂବା କିଛି କ୍ଷୟକ୍ଷତି ହୋଇଥିବା ସ୍ୱଷ୍ଟ ଜଣାପଡ଼ିନି । ଦେଶର ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ସଂଘଠିତ ହୋଇଥିବା ରିପୋର୍ଟ ମିଳିଛି। ଭୂଗର୍ଭର ୨୦ କିଲୋମିଟର୍‌ ଅଭ୍ୟନ୍ତରରେ ଥିଲା ଏହାର ଉତ୍ପତ୍ତିସ୍ଥଳ।

Related posts

ଜାକଲିନଙ୍କ ମିଛକୁ ଧାରା ପକାଇଲା ଇଡି

mahabharatanews

କେରଳରେ ୨୬୫ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ହାତରେ ରାକ୍ଷୀ ବାନ୍ଧିଲେ ପ୍ରଧାନମନ୍ତ୍ରୀ 

mahabharatanews