ଓଡିଶା

ବଢୁଛି ହାତୀପଲଙ୍କ ଉପଦ୍ରଵ ,ଫସଲ ନଷ୍ଟ ସହ ଭାଙ୍ଗିଲେ ଘର  

(ପାଟଣା) : ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ହାତୀ ଉପଦ୍ରଵ  ।  ଏହି କ୍ରମରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନରେ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି ।  ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ହାତୀ ପଲ ଦିନ ବେଳା କରଞ୍ଜିଆ ରେଞ୍ଜରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ତେଲ ନଦୀ ପାର୍‌ ହୋଇ ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଞ୍ଚଳରେ ପ୍ରବେଶ କରୁଛନ୍ତି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି   ।

ସୂଚନାନୁଯାୟୀ ,  ଗତ ଦୁଇ ଦିନ ହେଲା ହାତୀପଲ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ୩ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି । ହାତୀପଲ ଧାନ ବିଲରେ ପଡିଥିବା ତଳିକୁ ମାଡି ଚକଟି ନଷ୍ଟ କରିଛନ୍ତି । ଯାହାଫଳରେ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ଧନଜୀବନ ନଷ୍ଟ ରୋକିବାକୁ ବନ ବିଭାଗର ପ୍ରୟାସ ସତ୍ତ୍ୱେ କିଛି ଲାଭ ହୋଇନଥିବା ଦେଖିବାକୁ ମିଳିଛି ।

Related posts

ରାଜ୍ୟ ମାନ୍ୟତା ଅପେକ୍ଷାରେ “ବନ୍ଦେ ଉତ୍କଳ ଜନନୀ’

mahabharatanews

ଆଲୋକ ମହିଳା ସ୍ୱୟଂ ସଂହାୟକ ଗୋଷ୍ଠୀଙ୍କୁ ତାଲିମ ଦେବାକୁ ଦାବି

mahabharatanews

63 ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ 2025 ପାଳିତ

mahabharatanews