ଭାରତ

ବିମାନ ଦୁର୍ଘଟଣାରେ ୪ଜଣ ସୈନିକଙ୍କ ସମେତ ୯ ମୃତ 

(ସୁଦାନ) : ବିମାନ ଦୁର୍ଘଟଣାରେ ୪ଜଣ ସୈନିକଙ୍କ ସମେତ ୯ ମୃତ ଯାନ୍ତ୍ରିକ । ତ୍ରୁଟି ଯୋଗୁଁ ରବିବାର ଦିନ ସୁଦାନର ‘ପୋର୍ଟ ସୁଦାନ ଏୟାର୍‌ପୋର୍ଟ’ରେ ଗୋଟାଏ ବେସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ଜଣ ସୈନିକଙ୍କ ସମେତ ଅନ୍ୟୂନ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସେନା ପକ୍ଷରୁ ସୂଚନା ମିଳିଛି ।

ସେନା ପକ୍ଷରୁ ଏହା କୁହାଯାଇଛି ଯେ, ଯାନ୍ତ୍ରିକ ତ୍ରୁଟିବିଚ୍ୟୁତି ଯୋଗୁଁ ‘ପୋର୍ଟ ସୁଦାନ ଏୟାର୍‌ପୋର୍ଟ’ରେ ଆଜି ଗୋଟାଏ ବେସାମରିକ ଏଣ୍ଟୋନୋଭ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ଜଣ ସେନା କର୍ମଚାରୀଙ୍କ ସମେତ ୯ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। କିନ୍ତୁ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉକ୍ତ ବିମାନରେ ଜଣେ ପିଲା ବଞ୍ଚିଯାଇଛି। ଲଢ଼େଇ ଆରମ୍ଭ ହେବାଠାରୁ ଅସଂଖ୍ୟ ଲୋକ ପ୍ରଭାବିତ ହୋଇଛନ୍ତି। ସୁଦାନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ୨.୫ ନିୟୁତ ଲୋକ ବାସହରା ହୋଇଛନ୍ତି।

Related posts

 କରୋନାର ନୂଆ ଭ୍ୟାରିଏଣ୍ଟ  JN.1

mahabharatanews

ଆହୁରି ଦୁର୍ବଳ ହେବ ବାତ୍ୟା ‘ରେମାଲ’

mahabharatanews

କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତାକୁ କରିବାକୁ ଶଶୀ ଥରୁର ଆଗ୍ରହୀ

mahabharatanews