ଭାରତ

ଉଦଘାଟନ ହେଲା ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପ 

(ଦିଲ୍ଲୀ) : ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ଉପହାର ପ୍ରଦାନ କରିଛନ୍ତି। ଶନିବାର ନୂଆଦିଲ୍ଲୀର ପ୍ରଗତି ମ‌ୈଦାନରେ ଥିବା ଭାରତ ମଣ୍ଡପମରେ ପୃଥିବୀର ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି।

ସୂଚନାନୁଯାୟୀ , ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୮ ହଜାର ପ୍ୟାକ୍ସରେ କମ୍ପ୍ୟଟରିକରଣର ଶୁଭାରମ୍ଭ କରିଛନ୍ତି। ଏହା ସହିତ ଅତିରିକ୍ତ ୫୦୦ ପ୍ୟାକ୍ସରେ  ଶସ୍ୟ ସଂରକ୍ଷଣ  ଗୋଦାମର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ଋଣ ପ୍ରଦାନ, ଶସ୍ୟ ସଂରକ୍ଷଣ, ଶସ୍ୟ କ୍ରୟ ଏବଂ ପିଡ଼ିଏସ ପ୍ରଭୃତି ସୁବିଧା  ମିଳିବ। ପ୍ୟାକ୍ସ ଅନଲାଇନ ‌ହେବା ଦ୍ବାରା ସଂଚାଳନରେ ସୁବିଧା ସହିତ କାର୍ଯ୍ୟ ଦକ୍ଷତା, ସ୍ବଚ୍ଛତା ଏବଂ ଉତ୍ତରଦାୟୀ କ୍ଷେତ୍ରରେ ବହୁ ସୁଧାର ଆସି ପାରିବ।

Related posts

ସନ୍ଦେଶଖାଲିରେ ଲାଗିଲା ୧୪୪ ଧାରା 

mahabharatanews

ମୁମ୍ବାଇରେ ଲଗାଣ ବର୍ଷା , ପହଂଚିଲେ ଏନଡିଆରଏଫର ୫ଟି ଟିମ

mahabharatanews

ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କୁ ସିବିଆଇର ସମନ

mahabharatanews