Uncategorized

ବୁଡ଼ିଲା ମାଲକାନଗିରି କାଙ୍ଗୁରୁକୋଣ୍ଡା ପୋଲ

(ମାଲକାନଗିରି) : ଓଡ଼ିଶାରେ ଲଗାତାର ବର୍ଷା ଜାରିରହିଥିବା ବେଳେ ମାଲକାନଗିରି ଜିଲ୍ଲା ଏଥିରୁ ବାଦ ପଡିନି । ତେବେ ଏହି ବନ୍ୟାଜଳରେ ଭାସି ଜଣଙ୍କର ପ୍ରାଣହାନି ଘଟିଛି। ପାଣିରେ ବୁଡ଼ିଛି ମାଲକାନଗିରିର କାଙ୍ଗୁରୁକୋଣ୍ଡା ପୋଲ। ଏହାଫଳରେ ଓଡ଼ିଶା- ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଜଣାଯାଇଛି। ନଦୀ ଭ୍ରମ ସୃଷ୍ଟି କରୁଛି ଜୀତୀୟ ରାଜପଥ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ୧୦ ଫୁଟ ଉଚ୍ଚର ବନ୍ୟା ଜଳ। ୩୨୬ ନମ୍ବର ଜାତୀୟ ରାଜପଥରେ ଯାତାୟତ ଠପ୍। ସେହିପରି ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ମାଲକାନଗିରି – ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମଭି ୯୬ ପୋଲ ଓ କାଲିମେଳା -ପଡିଆ ମୁଖ୍ୟ ରାସ୍ତାରେ ଥିବା କନ୍ୟାଶ୍ରମ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି |

ସୂଚନାନୁଯାୟୀ , ମୃତକ ହେଲେ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗାଁର ଘେନୁ ଚାଲାଣ। ଗତକାଲି ଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ ଘେନୁ। ଆଜି ମୁଦୁଲିଗୁଡ଼ା-ମାଛାଗୁଡ଼ା ନାଳରୁ ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିବା ପରିଲକ୍ଷିତ ହୋଇଛି।

Related posts

କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ରାତାରାତି ଉଦ୍ୟମ

mahabharatanews

ଆଇସୋଲେସନରେ ରାଷ୍ଟ୍ରପତି

mahabharatanews

ଅମ୍ଫାନ କ୍ଷୟକ୍ଷତି: ପଶ୍ଚିମ ବଙ୍ଗକୁ ୧ ହଜାର କୋଟି ସହାୟତା

mahabharatanews