Uncategorized

କଂଗ୍ରେସ ପ୍ରତିଷ୍ଠା ଦିବସ: ପ୍ରତି ରାଜ୍ୟରେ ସିଏଏ ବିରୋଧୀ ଶୋଭାଯାତ୍ରା ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ ପୂର୍ବକ ସିଏଏ ବିରୋଧରେ ଦେଶବାସୀଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଜଣାଇଥିଲେ । କଂଗ୍ରେସର ବହୁ ବରିଷ୍ଠ ନେତା ଏହି ଅବସରରେ ଉପସ୍ତିତ ଥିବା ଦେଖିବାକୁ ମିଳିଥିଲା ।

ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ କଂଗ୍ରେସ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତ ରାଜ୍ୟର ରାଜଧାନୀରେ ସମ୍ବିଧାନ ବଞ୍ଚାଅ ଓ ଭାରତ ବଞ୍ଚାଅ ଶୋଭାଯାତ୍ରାର ଆୟୋଜନ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦିଲ୍ଲୀରେ, ରାହୁଲ ଗାନ୍ଧୀ ଆସାମରେ ଓ ଦଳୀୟ ମହାଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି । ଦିଲ୍ଲୀରେ ଭାରତ ବଞ୍ଚାଅ କାର୍ଯ୍ୟକ୍ରମର ସଫଳତା ପରେ ସବୁ ରାଜ୍ୟରେ ଏହାର ଆୟୋଜନ ପାଇଁ ଦଳ ନିଷ୍ପତ୍ତି ନେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଜନବିରୋଧୀ ନୀତିଗୁଡିକୁ ଏହି କାର୍ଯ୍ୟକ୍ରମରେ ବିରୋଧ କରାଯିବ । ଆଜି କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସ । ଏ ଏଆଇସିସି କାର୍ଯ୍ୟାଳୟରେ ଧ୍ୱଜାରୋହଣ ସମାରୋହରେ ଅଂଶଗ୍ରହଣ କରିବେ ବୋଲି ରାହୁଲ ଟୁଇଟ କରି ଜଣାଇଥିଲେ । ଏହା ପରେ ଆସାମର ଗୁଆହାଟୀରେ ଏକ ରାଲିରେ ସମ୍ବୋଧିତ କରିବେ । ପ୍ରତିଷ୍ଠା ଦିବସରେ ଦଳ ଲକ୍ଷ ଲକ୍ଷ କଂଗ୍ରେସ କର୍ମକର୍ତ୍ତାଙ୍କ ନିସ୍ୱାର୍ଥପର ଯୋଗଦାନକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ ରାହୁଲ ।

ରାହୁଲ ଆହୁରି କହିଛନ୍ତି, ଏନପିଆର ଏବଂ ଏନଆରସି ଯୋଗୁ ଦେଶର ଗରିବ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ । କେବଳ ପ୍ରଧାନମନ୍ତ୍ରୀଙ୍କର ୧୫ ଜଣ ଧନୀ ବନ୍ଧୁ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ ନାହିଁ । ବରଂ ସେମାନେ ଆର୍ଥିକ ଭାବେ ବହୁତ ଲାଭବାନ ହେବେ । କେନ୍ଦ୍ର ସରକାରଙ୍କ ଏସବୁ ଡ୍ରାମା ହେଉଛି ବିମୁଦାକରଣ-୨ । କେବଳ ଦେଶର ଗରିବମାନେ ଏହା ଦ୍ୱାରା ସମସ୍ୟା ଭୋଗିବେ । ବିମୁଦ୍ରାକରଣ କଥା ଭୁଲିଯାଆନ୍ତୁ । ବିମୁଦ୍ରାକରଣଠାରୁ ଏନପିଆର ଓ ଏନଆରସିର ପ୍ରଭାବ ଗରିବଙ୍କ ଉପରେ ୨ଗୁଣ ଅଧିକ ଭାରି ପଡିବ । ଗରିବମାନେଙ୍କୁ କେବଳ ଲମ୍ବା ଧାଡିରେ ଛିଡା କରାଇ ସେମାନେ ଭାରତୀୟ କି ନୁହେଁ ତାହାର ପ୍ରମାଣ ଦେବାକୁ ସରକାର ଏଭଳି ଡ୍ରାମା ଚଳାଇଛନ୍ତି ।

Related posts

ସୀମାନ୍ତରେ ସୃଷ୍ଟ ଉତ୍ତେଜନାକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

mahabharatanews

ଲଞ୍ଚ ପରେ ନିଦ ଅ।ସୁଛି କି? ଏହି ଟିପ୍ସ ସାହାଯ୍ୟରେ ଦୂର କରିପାରିବେ ଥକାପଣ

mahabharatanews

୫୦୦ ଏବଂ ୨୦୦୦ ଟଙ୍କିଆ ନୋଟରେ ଭର୍ତ୍ତି ରେଳ ଧାରଣା

mahabharatanews