(ଜଟଣୀ) : ଭାଙ୍ଗିଲା ପାଣ୍ଡିଆବିଲ ବନ୍ଧ । ଲଗାଣ ବର୍ଷା ଯୋଗୁଁ ଜଟଣୀ ବ୍ଲକ ବେଣାପାଞ୍ଜରୀ ଗ୍ରାମକୁ ଯାଇଥିବା ପାଣ୍ଡିଆବିଲ ବନ୍ଧ ଭାଙ୍ଗି ଯାଇଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଥିବା ପାଖାପାଖି ୫୦ଟି ଗ୍ରାମର ୫ ହଜାରରୁ ଉର୍ଦ୍ଧ୍ବ ଲୋକ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି କଣାସ, ଡେଲାଙ୍ଗ ଓ ଜଟଣୀ ବ୍ଲକର ତିନୋଟି ଗ୍ରାମ ଓ ପୁରୀ ଲୋକ ଏହି ପାଣ୍ଡିଆବିଲ ବନ୍ଧ ଉପରେ ଦେଇ ଯାନ୍ତି । ତେବେ ଏହି ବନ୍ଧ ଭାଙ୍ଗିବା ଯୋଗୁ ଜଟଣୀ ସହରକୁ ଯିବା ପାଇଁ ୮ କିଲୋମିଟର ରାସ୍ତାକୁ ପାଖାପାଖି ୨୫ କିଲୋମିଟର ଦେଇ ଗ୍ରାମବାସୀଙ୍କୁ ଯିବାକୁ ପଡିବ l
ସୂଚନାନୁଯାୟୀ, ରାଜଧାନୀଠାରୁ ମାତ୍ର ୩୦ କିଲୋମିଟର ଭିତରେ ଥିବା ଏଇ ଗ୍ରାମବାସୀଙ୍କୁ ନଦୀ ପାର ହେବା ପାଇଁ ଏକମାତ୍ର ଡ଼ଙ୍ଗା ଉପରେ ଭରସା କରିବାକୁ ପଡ଼ୁଛି। ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଲେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାଜଳରେ ଭାସି ଜଣଙ୍କର ପ୍ରାଣହାନି ହୋଇଛି ।