ଓଡିଶା

ସଙ୍ଗରୋଧ ଗୃହରେ ଜନ୍ମ ନେଇଛି ଶିଶୁ ପୁତ୍ର

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ସାରା ବିଶ୍ୱରେ କୋରନା ର ଆତଙ୍କ ସୃଷ୍ଟି ହୋଇଛି ଏହା ମଧ୍ୟରେ କିଛି ଦେଖି ବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସନ୍ତୋଷିନୀ ପ୍ରଧାନଙ୍କର ମଙ୍ଗଳବାର ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ସନ୍ତୋଷିନୀ ଓ ତାଙ୍କ ସ୍ବାମୀ ଗତ ୬ ତାରିଖରୁ ସୁରଟରୁ ଫେରି ଉକ୍ତ ସଙ୍ଗରୋଧ ଗୃହରେ ରହୁଥିଲେ। ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହେବାରୁ ଡାକ୍ତର ସଞ୍ଜୟ କୁମାର ସାହୁ, ସ୍ବାସ୍ଥ୍ୟ କର୍ମଚାରୀ ସୁରେନ୍ଦ୍ର କୁମାର ପ୍ରଧାନ, ଜୟନ୍ତୀ ମଲ୍ଲ ପହଞ୍ଚି ପ୍ରସବ କରାଇଥିଲେ। ସରପଞ୍ଚ ପ୍ରତିନିଧି ଦୀପ୍ତି ପ୍ରକାଶ ନାୟକ, ନୋଡାଲ ଅଫିସର ଦିଲୀପ କୁମାର ବେହେରା ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା କରିଥିଲେ। ଦୁହେଁ ସୁସ୍ଥ ଥିବାବେଳେ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ହିଁ ଅଛନ୍ତି।

Related posts

କୋଚିଳାଡ଼ିହା ବିଜୁ ଯୁବବାହିନୀ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

mahabharatanews

 ସନ ହସ୍ପିଟାଲ ବନ୍ଦ

mahabharatanews

କେନ୍ଦ୍ରରୁ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ରଥକାମ: ଆଇନମନ୍ତ୍ରୀ

mahabharatanews