ଓଡିଶା

କୋଇଲା ବୋଝେଇ ଟ୍ରେନରେ ନିଆଁ

(କେନ୍ଦ୍ରାପଡା) : କୋଇଲା ବୋଝେଇ ଟ୍ରେନରେ ନିଆଁ  । ହରିଦାସପୁର- ପାରାଦୀପ ରେଳପଥର ବାଜିପଡା ଷ୍ଟେସନ ନିକଟରେ ଗୁରୁବାର ଦିନ ଏକ କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଗତକାଲି ସକାଳେ ପାରାଦୀପରୁ ହରିଦାସପୁର ଆଡକୁ ଯାଉଥିବା ଏହି କୋଇଲା ବୋଝେଇ ଟ୍ରେନ୍‌ର ୨ଟି ବଗିରୁ ନିଆଁ ବାହାରୁଥିବା ଦେଖି ଟ୍ରେନ୍‌ଟିକୁ ଷ୍ଟେସନ୍‌ରେ ଅଟକା ଯାଇଥିଲା। ଏ ସଂପର୍କରେ ଖୋର୍ଦ୍ଧା ରେଳବାଇ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରାଯାଇ ବିଦ୍ୟୁତ କାଟ କରାଯାଇଥିଲା। ଟ୍ରେନ୍‌ରୁ ନିଆଁ ଲିଭାଇବା ପାଇଁ ଡେରାବିଶ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା।

ସୂଚନାନୁଯାୟୀ ,  ଅପରାହ୍ନ ୨ଟା ୩୦ରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ନିଆଁକୁ ଆୟତ କରିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଗ୍ନିକାଣ୍ତ ଘଟିଥିବା ଟ୍ରେନ୍‌ଟି ବାଜିପଡା ଷ୍ଟେସନ୍‌ ନିକଟସ୍ଥ ରେଳ ଧାରଣରେ ଅଟକି ରହିଥିବାରୁ ଏହି ରେଳପଥରେ ଚଳାଚଳ କରୁଥିବା ଅନ୍ୟ ସମସ୍ତ ମାଲବାହୀ ଟ୍ରେନ୍‌ଗୁଡିକୁ ନିକଟସ୍ଥ କେନ୍ଦ୍ରାପଡା ଜିଲ୍ଲା ଷ୍ଟେସନ ଓ ଲଳିତଗିର ସ୍ଥିତ ବୈାଦ୍ଧ ବିହାର ଷ୍ଟେସନ ପାଖରେ ଅଟକାଇ ଦିଆଯାଇଥିଲା ।

Related posts

ଆଜି ଓଡିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡ଼୍‌ଗେ

mahabharatanews

ବଡ଼ମ୍ୱାରେ ପାଣ୍ଡିଆନଙ୍କ ପ୍ରଚାର

mahabharatanews

 ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

mahabharatanews