ଭାରତ

ମଣିପୁର ଲଜ୍ଜ୍ୟା : ଭିଡିଓ କରୁଥିବା ବ୍ୟକ୍ତି ଗିରଫ 

(ମଣିପୁର) : ମଣିପୁର ଲଜ୍ୟା ପୁରା ଦେଶକୁ ଥରାଇ ଦେଇଥିବା ବେଳେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଯେଉଁ ମୋବାଇଲରେ ଏହି ଭିଡିଓ ସୁଟ କରାଯାଇଥିଲା ପୋଲିସ ସେହି ଫୋନକୁ ଜବତ କରିବା ସହ ସୁଟିଂ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ସୂଚନାନୁଯାୟୀ , ମଣିପୁରର କୁକି ଏବଂ ମେତେଇ ସମ୍ପ୍ରଦାୟର ସଦସ୍ୟଙ୍କ ସହ କେନ୍ଦ୍ର ସରକାର ଅନେକ ଥର ଆଲୋଚନା କରିସାରିଛନ୍ତି । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଉଭୟ ମେତେଇ ଏବଂ କୁକି ସମ୍ପ୍ରଦାୟର ଲୋକଙ୍କ ପ୍ରାୟତଃ ୬ ଥର ଆଲୋଚନା କରିସାରିଛନ୍ତି । ଜୁଲାଇ ୧୯ରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ବିରୋଧୀ ଦଳ ମୋଦି ସରକାରଙ୍କୁ ବାରମ୍ବାର ଟର୍ଗେଟ୍ କରୁଛନ୍ତି । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଇଣ୍ତିଆ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରିଆସୁଛନ୍ତି ।

Related posts

ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀଙ୍କୁ ଭେଟିଲେ ମୋଦୀ

mahabharatanews

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଫେରି ସେବା ଆରମ୍ଭ 

mahabharatanews

୨୦୦୦ ଟଙ୍କା ନୋଟ୍ ନେବାକୁ ମନା କରିପାରିବେନି ଦୋକାନୀ; ଆରବିଆଇ ଗଭର୍ଣ୍ଣର

mahabharatanews