ଓଡିଶା

ଆଜିଠୁ ୩ ପର୍ଯ୍ୟନ୍ତ ମାଓବାଦୀ ପାଳିବେ ସହିଦ ସପ୍ତାହ

(ମାଲକାନଗିରି) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓହିଂସା । ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପାଳନ କରୁଛି ସହିଦ ସପ୍ତାହ। ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ସହିଦ ସପ୍ତାହ ପାଳନ ଲାଗି ମାଲକାନଗିରି ଜିଲ୍ଲାରେ ସରକାରୀ ବସ ଚଳାଚଳ ସ୍ବାଭାବିକ ରହିଥିବା ବେଳେ ମହୁପଦର ଚିତ୍ରକୋଣ୍ଡା ଓ ଛତିଶଗଡ଼ ଯାଉଥିବା ବେସରକାରୀ ବସ ଚଳାଚଳ ବନ୍ଦ ରହିଥିବା ସୂଚନା ରହିଛି।

ସୂଚନାନୁଯାୟୀ , ବିଶେଷ କରି ଜିଲ୍ଲାର ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ମାଓବାଦୀମାନେ ନିଜର ସ୍ତିତି ଜାହିର କରିଛନ୍ତି । ଏଥି ପାଇଁ ପୋଲିସ ସଜାଗ ରହିଥିବା କୁହାଯାଇଛି । କାରଣ ଏହି ସପ୍ତାହରେ କୌଣସି ନା କୌଣସି ସ୍ଥାନରେ ନକ୍ସଲମାନେ ରକ୍ତମୁଖା ହୋଇ ହିଂସାକାଣ୍ଡ କରିଥାନ୍ତି। ତେବେ ଏଥିପ୍ରତି ପୁଲିସ ନଜର ରଖିବା ସହ ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରିଛି ।

 

 

Related posts

ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ

mahabharatanews

ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗିଲା ବ୍ରିଜ୍

mahabharatanews

ମା ହିଙ୍ଗୁଳା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ଙ୍କ ସମାବେଶ।

mahabharatanews