ଓଡିଶା

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ; ଜଣେ ରୋଗୀ ଚିହ୍ନଟ

(ଭୁବନେଶ୍ୱର) : ଦିନକୁ ଦିନ ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ । ଓଡ଼ିଶା ଖଣି ନିଗମ କାଳିଆପାଣି ଟାଉନସିପ କଲୋନିର ପ୍ରଦୀପ କୁମାର ନାୟକ ଡେଙ୍ଗୁରୋଗୀ ବୋଲି ଚିହ୍ନଟ ହୋଇଛନ୍ତି। କାଳିଆପାଣି ନିର୍ମାଣ ବିଭାଜନରେ ୱ୍ବାର୍କସର୍କାର ଭାବେ କାର୍ଯ୍ୟରତ ଶ୍ରୀ ନାୟକ ଗତ ୧୫ ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ। ୧୯ ତାରିଖରେ ତାଙ୍କୁ କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ହସ୍ପିଟାଲ ନିଆଯାଇଥିଲା। ସେଠାରେ ସ୍ବତନ୍ତ୍ର ଡେଙ୍ଗୁୱାର୍ଡରେ ରହି ସେ ଚିକିତ୍ସିତ ହୋଇଥିଲେ।

 

ସୂଚନାନୁଯାୟୀ , ମାସମାସ ଧରି ଓଏମସି କଲୋନି ପରିବେଶ ବିପର୍ଯ୍ୟସ୍ତ ହୋଇ ରହିଥିବା ସହ ଏଠାରେ ଏଡିସ୍ ମଶାବଂଶ ବୃଦ୍ଧି ପାଇଥିବାରୁ ସାଧାରଣ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Related posts

ଆଜିଠୁ ‘ମୋ ଘର’ ପାଇଁ କରିପାରିବେ ଆବେଦନ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା : ଆଉ ମାତ୍ର ୨୦ଦିନ 

mahabharatanews

ଜଗନ୍ନାଥ ଟ୍ରକ ମାଲିକ ସଂଘ ନିର୍ବାଚନ ଶୃଖଂଳା ସହ ସଂପାଦନ

mahabharatanews