ଓଡିଶା

ସହିଦ ସପ୍ତାହ: ଜବତ ହେଲା ମାଓ ବ୍ୟାନର

 (ମାଲକାନଗିରି) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା । ଏହାରି ମଧ୍ୟରେ ସହିଦ ସପ୍ତାହ ପାଳିଛି ମାଓ ସଂଗଠନ । ଯାହାର ପ୍ରଥମ ଦିନରେ ନବରଙ୍ଗପୁର ଓ ଫୁଲବାଣୀ ଜିଲ୍ଲାରେ ମାଓବାଦୀ ବ୍ୟାନର୍‌ ଲଗାଇଛନ୍ତି। ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ ମାଓବାଦୀ ନିଜ ସ୍ଥିତି ଜାହିର କରିଛନ୍ତି।

ସୂଚନାନୁଯାୟୀ , ରାଇଘର-କୁସୁମପୁର ରାସ୍ତା ମଝିରେ ବ୍ୟାନର ଲାଗିଥିବାରୁ କିଛି ଘଣ୍ଟା ପାଇଁ ଯାତାୟାତ ବନ୍ଦ ରହିଥିଲା। ରାଇଘର ପୁଲିସ୍ ବ୍ୟାନର ଜବତ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସଂଗଠନ ପକ୍ଷରୁ ଲାଗିଥିବା ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ସେହି ଭଳି ମାଓ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଡେରାକୁମ୍ପା ଗାଁ ନିକଟରେ ଏହି ବ୍ୟାନର ଲାଗିଛି। ଏହାସହ କୁଏରମାଣ୍ଡୁ, ପାହିରେଜୁ ଓ ବାଲାନ୍ଦାପଡ଼ା ଅଞ୍ଚଳର ବିଭିନ୍ନ ଜାଗାରେ ଏହି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

Related posts

ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ 

mahabharatanews

କରୋନ କଟକଣାକୁ ଫୁ, ପ୍ରତି ୱାର୍ଡରେ ମିଳୁନି ଟୋକେନ

mahabharatanews

ବଢ଼ିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର

mahabharatanews