ଓଡିଶା

ସହିଦ ସପ୍ତାହ: ଜବତ ହେଲା ମାଓ ବ୍ୟାନର

 (ମାଲକାନଗିରି) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ମାଓ ହିଂସା । ଏହାରି ମଧ୍ୟରେ ସହିଦ ସପ୍ତାହ ପାଳିଛି ମାଓ ସଂଗଠନ । ଯାହାର ପ୍ରଥମ ଦିନରେ ନବରଙ୍ଗପୁର ଓ ଫୁଲବାଣୀ ଜିଲ୍ଲାରେ ମାଓବାଦୀ ବ୍ୟାନର୍‌ ଲଗାଇଛନ୍ତି। ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳରେ ମାଓବାଦୀ ନିଜ ସ୍ଥିତି ଜାହିର କରିଛନ୍ତି।

ସୂଚନାନୁଯାୟୀ , ରାଇଘର-କୁସୁମପୁର ରାସ୍ତା ମଝିରେ ବ୍ୟାନର ଲାଗିଥିବାରୁ କିଛି ଘଣ୍ଟା ପାଇଁ ଯାତାୟାତ ବନ୍ଦ ରହିଥିଲା। ରାଇଘର ପୁଲିସ୍ ବ୍ୟାନର ଜବତ କରିବା ପରେ ଯାତାୟାତ ସ୍ବାଭାବିକ ହୋଇଛି। ସଂଗଠନ ପକ୍ଷରୁ ଲାଗିଥିବା ବ୍ୟାନରରେ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ସେହି ଭଳି ମାଓ ସପ୍ତାହ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ଥାନା ଅଞ୍ଚଳରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଡେରାକୁମ୍ପା ଗାଁ ନିକଟରେ ଏହି ବ୍ୟାନର ଲାଗିଛି। ଏହାସହ କୁଏରମାଣ୍ଡୁ, ପାହିରେଜୁ ଓ ବାଲାନ୍ଦାପଡ଼ା ଅଞ୍ଚଳର ବିଭିନ୍ନ ଜାଗାରେ ଏହି ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

Related posts

ବଢୁଛି କରୋନା : ଦେଶରେ ଚତୁର୍ଥ ସ୍ଥାନରେ ଓଡିଶା

mahabharatanews

୧୫ ଯାଏ ରାଜ୍ୟରେ ବର୍ଷା ଜାରି; ୮ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

mahabharatanews

ତିରିଂରେ ସିପିଆଇର ଦାବି ଦିବସ ପାଳିତ

mahabharatanews