ଓଡିଶା

ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ 

(ଭୁବନେଶ୍ୱର) : ଦିନକୁ ଦିନ  ରାଜ୍ୟରେ ହାତୀ ମୃତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୮ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ୬୯୮ ହାତୀ । ୨୦୧୫-୧୬ ରୁ ୨୦୨୩ ପର୍ଯ୍ୟନ୍ତ ୬୯୮ ହାତୀଙ୍କ ମୃତ୍ୟୁ ହୋଇଛି । ସେଥି ପାଇଁ ରାଜ୍ୟ ସରକାର ହାତୀ ମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ରାଜ୍ୟରେ ହାତୀ ସୁରକ୍ଷା ପାଇଁ ୮୫ଟି ରେଞ୍ଜ୍‌ ଚିହ୍ନଟ ହୋଇଛି ।

ସୂଚନାନୁଯାୟୀ , ହାତୀ ରହୁଥିବା ଅଞ୍ଚଳରେ ସେମାନଙ୍କ ଖାଦ୍ୟ ପାଇଁ କୁମ୍ବି, ଶାଳିଆ ବାଉଁଶ ଆଦି ଲଗାଯିବ । ଯାହା ଫଳରେ ହାତୀ ସେଠାରେ ରହିବେ । ସେମାନଙ୍କ ପାଇଁ ପାନୀୟ ଜଳାଶୟ ବି କରାଯିବ । ଅଧିକ ଖାଦ୍ୟ ରହିଲେ ହାତୀ ସେଠାରେ ହିଁ ରହିବେ । ଜଙ୍ଗଲରେ ତାଳ ଗଛ ଲଗାଯିବା ସହ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବ ।

Related posts

ମର୍ତ୍ତ୍ୟରେ ଫୁଟିଲା ବ୍ରହ୍ମ କମଳ

mahabharatanews

କରୋନ ସଂକଟ ମଧ୍ୟରେ ସ୍ୱାସ୍ଥ୍ୟ ସଚିବଙ୍କ ବଦଳିକୁ ନେଇ ଚର୍ଚ୍ଚା

mahabharatanews

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଏସି ଟନେଲ 

mahabharatanews