ମନୋରଞ୍ଜନ

ଭାଇଙ୍କ ଫିଲ୍ମ ‘ଗଦର-୨’ ପ୍ରମୋସନ କରି ଚର୍ଚାରେ ଈଶା ଦେଓଲ

(ମୁମ୍ବାଇ) : ନିକଟରେ କରଣ ଦେଓଲଙ୍କ ବିବାହର ଅଂଶ ନହେବା କାରଣରୁ ଅଭିନେତ୍ରୀ ଈଶା ଦେଓଲ ଏବଂ ତାଙ୍କ ସାବତ ଭାଇ ସନ୍ନି ଦେଓଲଙ୍କ ମଧ୍ୟରେ ଦୂରତା ଥିବା ଚର୍ଚ୍ଚା ହୋଇ ଆସୁଛି। କିନ୍ତୁ ଏଥର ତାଙ୍କ ଭାଇ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ର ପ୍ରମୋସନ କରି ଏକ ପୋଷ୍ଟ ଦେଇ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ଈଶା ଦେଓଲ।

ସୂଚନାନୁଯାୟୀ ,   ସନ୍ନି ଦେଓଲ ମଧ୍ୟ ଏହି ପୋଷ୍ଟ ଉପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଭାଇଭଉଣୀଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ସଭିଙ୍କ ମନକୁ ବେଶ୍‌ ଛୁଇଁଛି। ପ୍ରଶଂସକମାନେ ଈଶାଙ୍କ ପୋଷ୍ଟ୍‌ରେ ଅନେକ ହାର୍ଟ ଏବଂ ହସ ଇମୋଜି ଦେଇ ତାଙ୍କୁ ପ୍ରଶଂସା କରିଛନ୍ତି। ଈଶା ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ଫିଲ୍ମର ଟ୍ରେଲରକୁ ସେୟାର କରିଛନ୍ତି।

Related posts

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

mahabharatanews

ଡିଗ୍ରୀ ହାସଲ କଲେ ସୁପରଷ୍ଟାର ରାମଚରଣ

mahabharatanews

“ଏଥିରୁ ନିବୃତ୍ତ ରୁହନ୍ତୁ”: ରଣବୀର ସିଂ  

mahabharatanews