ମନୋରଞ୍ଜନ

୨୦ରୁ ଓଟିଟିରେ ଫିଲ୍ମ ‘ସାଲାର’

(ମୁମ୍ବାଇ) :  ଡିସେମ୍ବର ୨୨ରେ ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ପ୍ରଥମ ଦିନର ଆୟରୁ ଏହା ପ୍ରମାଣ ହୋଇଥିଲା। ବକ୍ସ ଅଫିସରେ ଫିଲ୍ମର ଆୟ ଭଲ ରହିଥିବା ବେଳେ ଏବେ ଓଟିଟିରେ ରିଲିଜ୍ ହେବାକୁ ଯାଉଛି ‘ସାଲାର’। ହଁ ଦର୍ଶକ ବନ୍ଧୁ ଜାନୁଆରି ୨୦ ଅର୍ଥାତ୍ ଆସନ୍ତାକାଲି ‘ସାଲାର’ ନେଟଫ୍ଲିକ୍ସରେ ରିଲିଜ୍ ହେବ। ନେଟଫ୍ଲିକ୍ସ ପକ୍ଷରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରାଯାଇ ଏହି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ପୋଷ୍ଟର କ୍ୟାପସନରେ ଲେଖାଯାଇଛି ଯେ, ଖାନସରର ସଲାର, ବର୍ଦ୍ଧରାଜା ମନ୍ନାରର ସାଲାର ଆସିଯାଇଛନ୍ତି। ଆପଣ ଜାଣନ୍ତି ଯେ, ଯୁଦ୍ଧ ଯନ୍ତ୍ରକୁ କେହି ଅଟକାଇ ପାରିବେ ନାହିଁ। ଜାନୁଆରି ୨୦ରେ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ସାଲାର୍ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏହି ପୋଷ୍ଟ ପରେ ପ୍ରଭାସଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି।

Related posts

‘ପୁଷ୍ପା ୨’କଳାକାର ହେଲେ ଗାଡି ଦୁର୍ଘଟଣାର ଶିକାର

mahabharatanews

ଲଣ୍ଡନରେ ଛୁଟି କାଟୁଛନ୍ତି ବିରୁସ୍କା

mahabharatanews

ମଞ୍ଚରେ ଚାଲିଗଲେ ମାଲେସୀୟ ନୃତ୍ୟଗୁରୁ

mahabharatanews