ଓଡିଶା

ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ମାର୍କେଟ ବିଲ୍ଡିଂ ସ୍ଥାୟୀ ବ୍ୟବସାୟୀ

(ଭୁବନେଶ୍ୱର) : ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ଆସନ୍ତାକାଲିଠୁ ଖୋଲିପାରେ ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ ବୋଲି ଆଶା କରାଯାଉଛି । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି ସ୍ଥାୟୀ ବ୍ୟବସାୟୀ କହିଛନ୍ତି।

ସୂଚନାନୁଯାୟୀ , ସେପଟେ ଉଠା ଦୋକାନୀଙ୍କ ଯୁକ୍ତି ଯେ, ସେମାନେ ବର୍ଷ ବର୍ଷ ଧରି ସେଠାରେ ବ୍ୟବସାୟ କରିଆସୁଥିବା ବେଳେ, ଅନ୍ୟତ୍ର ଥଇଥାନ ନହେବା ଯାଏଁ ମାର୍କେଟ୍ ବିଲ୍ଡିଂ ନଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ଆଗରୁ ବି ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ବହୁବାର ଦେଖିବାକୁ ମିଳିଛି ସ୍ଥାୟୀ ବ୍ୟବସାୟୀଙ୍କର ଧାରଣା ଓ ବନ୍ଦ ଡାକରା ।

Related posts

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ହୋଇପାରେ ଏକ ସାମୁଦ୍ରିକ ବାତ୍ୟା

mahabharatanews

ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁ

mahabharatanews

ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଲା ରାଜ୍ୟବ୍ୟପୀ ବସ୍ ଧର୍ମଘଟ

mahabharatanews