ଓଡିଶା

ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ମାର୍କେଟ ବିଲ୍ଡିଂ ସ୍ଥାୟୀ ବ୍ୟବସାୟୀ

(ଭୁବନେଶ୍ୱର) : ଆଜି ପୁଣି ବିଏମସି କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ । ଆସନ୍ତାକାଲିଠୁ ଖୋଲିପାରେ ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ ବୋଲି ଆଶା କରାଯାଉଛି । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂର ୧୧ଜଣିଆ ପ୍ରତିନିଧି ଦଳ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି । ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି ସ୍ଥାୟୀ ବ୍ୟବସାୟୀ କହିଛନ୍ତି।

ସୂଚନାନୁଯାୟୀ , ସେପଟେ ଉଠା ଦୋକାନୀଙ୍କ ଯୁକ୍ତି ଯେ, ସେମାନେ ବର୍ଷ ବର୍ଷ ଧରି ସେଠାରେ ବ୍ୟବସାୟ କରିଆସୁଥିବା ବେଳେ, ଅନ୍ୟତ୍ର ଥଇଥାନ ନହେବା ଯାଏଁ ମାର୍କେଟ୍ ବିଲ୍ଡିଂ ନଛାଡ଼ିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସମସ୍ୟାର ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା । ଆଗରୁ ବି ଉଠା ଦୋକାନୀଙ୍କୁ ହଟାଇବା ଦାବିରେ ବହୁବାର ଦେଖିବାକୁ ମିଳିଛି ସ୍ଥାୟୀ ବ୍ୟବସାୟୀଙ୍କର ଧାରଣା ଓ ବନ୍ଦ ଡାକରା ।

Related posts

ବସ୍ ମାଲିକ ସଂଘକୁ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

mahabharatanews

ଏୟାର ପୋର୍ଟରେ ନାଗସାପ

mahabharatanews

କୋଭିଡ୍ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୂର୍ବତନ ଛାତ୍ରସଂଘର ବିରୋଧ

mahabharatanews