ଭାରତ

ଚଳନ୍ତା ଟ୍ରେନରେ ଗୁଳିମାଡ଼ରେ ଗଲା ୪ ଜୀବନ 

(ଜୟପୁର) : ଚଳନ୍ତା ଟ୍ରେନରେ ଗୁଳିମାଡ଼ । ଫଳରେ ଗୁଳିମାଡ଼ରେ ଗଲା ୪ ଜୀବନ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର-ମୁମ୍ବାଇ ପାସେଞ୍ଜର ଟ୍ରେନ ଭିତରେ  । ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରେ ଜଣେ ଆରପିଏଫ୍ ଏଏସଆଇ ଏବଂ ୩ ଯାତ୍ରୀ ଅଛନ୍ତି । ତେବେ ଗୁଳି ମାଡ଼ର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ସୂଚନାନୁଯାୟୀ , ଆଜି ସକାଳ ପ୍ରାୟ ୫ଟାରେ ଏହି ଘଟଣା ଘଟିଛି । ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଗୁଳିକାଣ୍ତ ହୋଇଥିବା ନେଇ ସୂଚନା । ଜଣେ RPF କନଷ୍ଟେବଳ ଗୁଳିମାଡ଼ କରିଥିବା ନେଇ ସୂଚନା ରହିଛି । ବନ୍ଧୁକ ସହ କନେଷ୍ଟେବଲଙ୍କୁ ଅଟକ ରଖିଛି ମୁମ୍ବାଇ ଜିଆରପି । ଜୟପୁର ଏକ୍ସପ୍ରେସ ଟ୍ରେନର (12956) କୋଚ୍ ନମ୍ବର B5ରେ ଆଜି ସକାଳ ପ୍ରାୟ 5.23 ସମୟରେ ହଠାତ୍ କନଷ୍ଟେବଳ ASI ଉପରେ ଗୁଳି ଚଳାଇଲେ। ଗୁଳିର ଶବ୍ଦ ଶୁଣିବା ମାତ୍ରେ ଟ୍ରେନରେ ଚହଳ ସୃଷ୍ଟି ହୋଇଥିଲା । ଜଣେ ଆରପିଏଫ କନଷ୍ଟେବଳ ମୁମ୍ବାଇ- ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଗୁଳି ଚଳାଇଥିଲା । ସେ ଆରପିଏଫ ଏଏସଆଇ ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ଗୁଳି ଚଳାଇଥିଲେ। ପରେ ସେ ଡାହିସର ଷ୍ଟେସନ ନିକଟରେ ଟ୍ରେନରୁ ଡେଇଁ ଚାଲିଯିବା ପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ବନ୍ଧୁତ ସହିତ ଗିରଫ କରାଯାଇଛି ।

 

 

Related posts

ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

mahabharatanews

CAA ଲାଗୁ ନକରିବାକୁ ଅନୁରୋଧ କଲେ ବିଜୟ

mahabharatanews

ଚଳିତ ବର୍ଷ ସ୍ୱାଭାବିକ ରହିବ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବ

mahabharatanews