ଓଡିଶା

“ନବୀନ ଶପଥ ନ ନେଲେ ରାଜନୀତି ଛାଡ଼ିଦେବି”

(ଭୁବନେଶ୍ୱର) : ନବୀନ ଶପଥ ନ ନେଲେ ରାଜନୀତି ଛାଡ଼ିଦେବି । ଏପରି କହିଛନ୍ତି ଭି କେ ପାଣ୍ଡିଆନ। ଝାରସୁଗୁଡା ପରେ ବ୍ରଜରାଜନଗରରେ ଯାଇ ଭିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିଛନ୍ତି ଭୋଟ ପାଣ୍ଡିଆନ। ପ୍ରଥମେ ଲୋକଙ୍କୁ ଜୁହାର କରିବା ସହ ବିଜେଡି ଇସ୍ତାହାର ସଂପର୍କରେ ବଖାଣିଥିଲେ ପାଣ୍ଡିଆନ୍ ।

ସେ କହିଥିଲେ ଏଠାକାର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି । ତେବେ ଏହି ଅବସରରେ ପାଣ୍ଡିଆନ ବିରୋଧୀଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ କହିଥିଲେ ମୁଁ ବ୍ରଜରାଜନଗର ମାଟିରୁ ଆହ୍ୱାନ ଦେଉଛି, ଯଦି ଦମ୍ ଅଛି ଜିତିକରି ଦେଖାଅ । କହିଲେ ନିଜ ଦଳ ଯେଉଁଠି ବିଶ୍ୱାସ କରୁନି, ସେଠି ଲୋକେ କେମିତି ବିଶ୍ୱାସ କରିବେ । ତେବେ ସେ ଦୃଢୋକ୍ତ ଦେଖାଇ କହିଥିଲେ ମୁଁ ଏଠି ଆଜି ଆଉଥରେ କହୁଛି ଆପଣଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ । ସେ ଆହୁରି କହିଛନ୍ତି ଯେ, ଜୁନ୍ ୯ରେ ଇତିହାସର ହେବ ପୁନରାବୃତ୍ତି ।

Related posts

ଗ୍ରୀଷ୍ମ ପ୍ରବାହ:  ବୌଦ୍ଧ ସହରରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୪.୩ ରେକର୍ଡ

mahabharatanews

ଯୁବକଙ୍କୁ ଦଳି ଦେଲା ଦନ୍ତା

mahabharatanews

ହିଂଜିଳି ବ୍ଲକ ଚାଉଳ କଳ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

mahabharatanews