ଓଡିଶା

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

(ରାୟଗଡା) : ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ର ଉପର ସଜା ଗାଁ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  ବର୍ଷା ଯୋଗୁଁ ନିର୍ମାଣଧିନ କଲଭର୍ଟ ଭୁଶୁଡି  ଯିବାରୁ ଚାରି ଜଣ  ଶିଶୁ ସମେତ ଜଣେ  ବୟସ୍କଙ୍କ ଲୋକଙ୍କ  ମୃତ୍ୟୁ ହୋଇଛି । ୫  ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪  ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

 

ଏହି ଦୁର୍ଘଟଣା ପାଇଁ ଦାୟୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତକମାନେ ହେଲେ ୩୨  ବର୍ଷୀୟ ଲାଛିନ୍ଦ୍ରନ ମିଣିଆକା, ପୁଅ ପିନିୟନ୍ସ ମିଣିଆକା, ୭ ବର୍ଷୀୟ ମନୋଜ କୁଲିସିରା, ୫  ବର୍ଷୀୟ ଚୁମାନ ମିଣିଆକା ଓ ୯ ବର୍ଷର ତାରା ମିଣିଆକା । ସେହିପରି ସ୍ଥାନୀୟ ବିଧାୟକ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ।

 

Related posts

ସୁନ୍ଦରଗଡରେ ଗଣହତ୍ୟା : ୭ ଅଭିଯୁକ୍ତ ଗିରଫ

mahabharatanews

ଓଡିଶା ପାଇଁ ଅଚ୍ଛେଦିନ ଆସିଛି: ଶାହ

mahabharatanews

ଆସନ୍ତା ୩ଦିନ ଅସମ୍ଭାଳ ଗୁଳୁଗୁଳି ସହ ଖରା 

mahabharatanews