ଓଡିଶା

ରାଜ୍ୟରେ ବଜ୍ରପାତ ହେତୁ ୫ ମୃତ

 (ଭୁବନେଶ୍ୱର) : ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ଜଣେ ମହିଳା,ବଣାଇ ଘୋଷରା ଗାଁରେ ନାବାଳିକା ,ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଚିଲିକା ଅଞ୍ଚଳରେ ମାଛ ଧରିବା ପାଇଁ ଯାଇଥିବା ବାପ-ପୁଅଙ୍କର ,ପରି ଆନନ୍ଦପୁର ହାଟଡିହିରେ ବିଲ କାମ ବେଳେ ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅରେଞ୍ଜ ଆଲର୍ଟ ଦେଇଛି । ତେବେ ରାଜ୍ୟରେ ଅଗଷ୍ଟ ୩ ଯାଏ ପ୍ରବଳରୁ ଅତିପ୍ରବଳ ଜାରି ରହିବ । ୪ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର ।

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଖାଳ କଂସାକୁ ନେଇ ଚର୍ଚ୍ଚା

mahabharatanews

ପୋଲିସ ଗାଡ଼ି କୁ ପଛପଟୁ ଧକ୍କା ଦେଲା କାର ; ଜଣେ ପୋଲିସ କର୍ମଚାରୀ ଓ ୭ ଜଣ ଯାତ୍ରୀ ଆହତ

mahabharatanews

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

mahabharatanews