ଭାରତ

ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩ 

(ଦିଲ୍ଲୀ)  : ଆଜିଠାରୁ ପୃଥିବୀ ପକ୍ଷପଥକୁ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୩ । ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ହେବା ପରଠୁ ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରୁଥିବା ଚନ୍ଦ୍ରଯାନର ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ ପ୍ରକ୍ରିୟା ସଫଳ ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତି ୧୨ଟାରୁ ୧ଟା ମଧ୍ୟ ଏହି ପ୍ରକ୍ରିୟାକୁ ସୁଚାର ରୂପେ ସଂପାଦନ କରାଯାଇଥିଲା । ଏଥିପାଇ ଇସ୍ରୋ ୨୮ ରୁ ୩୦ ମିନିଟ୍ ପାଇଁ ଚନ୍ଦ୍ରାଯାନରେ ଥିବା ପ୍ରପଲ୍ସନ ମଡ୍ୟୁଲର ଥ୍ରଷ୍ଟରକ ସକ୍ରିୟ କରିଥିଲା । ଯାାହା ପରେ ଏକା ନିଜ ଗତିପଥ ପରିବର୍ତ୍ତନ କରିଥିଲା ଏବଂ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ପୃଥିବୀରୁ ଚନ୍ଦ୍ରର ହାରାହାରି ଦୂରତା ୩.୮ ଲକ୍ଷ କିଲୋମିଟର । ଆକଳନ କରାଯାଉଛି ଯେ, ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ଅଗଷ୍ଟ ୨୩ରେ ଏହା ଚନ୍ଦ୍ରପୂଷ୍ଠରେ ଅବକରଣ କରିପାରେ ।

Related posts

ମୃତ୍ୟୁ ଏପରିବି ଆସିପାରେ ନାଚୁ ନାଚୁ ଚାଲିଗଲ ପ୍ରାଣ

mahabharatanews

ଚାଷୀ ଆନ୍ଦୋଳନ : ‘ଏକ୍ସପ୍ରେସ ୱେ’ରେ ଟ୍ରାଫିକ୍‌ ସମସ୍ୟା

mahabharatanews

” ଦେଶରେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ହେବା ଉଚିତ,କହିବା ଆବଶ୍ୟକ ନାହିଁ” : ବ୍ୟାପାର ମନ୍ତ୍ରୀ

mahabharatanews