ଓଡିଶା

 ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷା, ଗାଁ ମୁହାଁ ରାଜଧାନୀବାସୀ 

(ଭୁବନେଶ୍ୱର) : ଜୁନରେ ନିଅଣ୍ଟିଆ ବର୍ଷା ଜୁଲାଇ ରେ ସାଧାରଣ ବର୍ଷା ଆଉ ଅଗଷ୍ଟରେ ରାଜଧାନୀରେ  ଜଳମଗ୍ନ ପରିବେଶ  । ମାତ୍ର କିଛି ଘଣ୍ଟାର ବର୍ଷାରେ ବେହାଲ ହୋଇଗଲା ରାଜଧାନୀ ଭୁବନେଶ୍ୱର । ଅସ୍ତବ୍ୟସ୍ତ ହୋଇ ପଡ଼ିଳା ଜନଜୀବନ । ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଘରରେ ଗତକାଲିଠୁ ଆଜି ଯାଏଁ ଫସି ରହିଛନ୍ତି ଅନେକ ଲୋକେ । ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ୨୬ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର ।

ସୂଚନାନୁଯାୟୀ , ଦିନ ୨ଟାରୁ ଆରମ୍ଭ ହୋଇଥିବା ବର୍ଷା ସନ୍ଧ୍ୟା ୬ଟା ଯାଏଁ ଲାଗି ରହିଥିଲା । ତେବେ ଭୁବନେଶ୍ୱରରେ ଦିନକ ଭିତରେ ଏହି ବର୍ଷା ସର୍ବାଧିକ ବର୍ଷାର ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିମି ବର୍ଷା ଭୁବନେଶ୍ୱରରେ ବର୍ଷିଛି । ତେବେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ୱରରେ ୧୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ତେବେ ପାଣି ଘେରରେ ରାଜଧାନୀବାସୀ । ସୋଫା ଭାସୁଛି,ଦରକାରୀ କାଗଜପତ୍ର ମଧ୍ୟ ଭାସିଯାଇଛି । ଏହି ପରିସ୍ଥିତିରେ ଲୋକେ ସୁରକ୍ଷିତ ମନେ ନକରି ଗାଁ ମୁହାଁ ହେଲେଣି।

Related posts

ପ୍ରସିଦ୍ଧ ଭୋଗ ରସାବଳିକୁ ଜିଆଇ ଟ୍ୟାଗ୍‌

mahabharatanews

ପୁର୍ବ ଭଳି ତୃତୀୟ ପର୍ୟ୍ୟାୟ ଲକ୍ ଡାଉନ୍ କୁ ମାନିବାକୁ ପୁରୀ ଜିଲ୍ଲା ବାସୀଙ୍କୁ କହିଛନ୍ତି ଜିଲ୍ଲାପାଳ

mahabharatanews

ମେ’ ୨୩ତାରିଖରେ ଓଏଏସ ପ୍ରିଲିମିନାରୀ ପରୀକ୍ଷା

mahabharatanews