ଓଡିଶା

 ୨୬ ବର୍ଷର ରେକର୍ଡ ଭଙ୍ଗା ବର୍ଷା, ଗାଁ ମୁହାଁ ରାଜଧାନୀବାସୀ 

(ଭୁବନେଶ୍ୱର) : ଜୁନରେ ନିଅଣ୍ଟିଆ ବର୍ଷା ଜୁଲାଇ ରେ ସାଧାରଣ ବର୍ଷା ଆଉ ଅଗଷ୍ଟରେ ରାଜଧାନୀରେ  ଜଳମଗ୍ନ ପରିବେଶ  । ମାତ୍ର କିଛି ଘଣ୍ଟାର ବର୍ଷାରେ ବେହାଲ ହୋଇଗଲା ରାଜଧାନୀ ଭୁବନେଶ୍ୱର । ଅସ୍ତବ୍ୟସ୍ତ ହୋଇ ପଡ଼ିଳା ଜନଜୀବନ । ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଘରରେ ଗତକାଲିଠୁ ଆଜି ଯାଏଁ ଫସି ରହିଛନ୍ତି ଅନେକ ଲୋକେ । ବର୍ଷାର ପରିମାଣ ଏତେ ଅଧିକ ଥିଲା ଯେ ୨୬ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର ।

ସୂଚନାନୁଯାୟୀ , ଦିନ ୨ଟାରୁ ଆରମ୍ଭ ହୋଇଥିବା ବର୍ଷା ସନ୍ଧ୍ୟା ୬ଟା ଯାଏଁ ଲାଗି ରହିଥିଲା । ତେବେ ଭୁବନେଶ୍ୱରରେ ଦିନକ ଭିତରେ ଏହି ବର୍ଷା ସର୍ବାଧିକ ବର୍ଷାର ରେକର୍ଡ ଭାଙ୍ଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୯.୨ ମିମି ବର୍ଷା ଭୁବନେଶ୍ୱରରେ ବର୍ଷିଛି । ତେବେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଭୁବନେଶ୍ୱରରେ ୧୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ତେବେ ପାଣି ଘେରରେ ରାଜଧାନୀବାସୀ । ସୋଫା ଭାସୁଛି,ଦରକାରୀ କାଗଜପତ୍ର ମଧ୍ୟ ଭାସିଯାଇଛି । ଏହି ପରିସ୍ଥିତିରେ ଲୋକେ ସୁରକ୍ଷିତ ମନେ ନକରି ଗାଁ ମୁହାଁ ହେଲେଣି।

Related posts

କୃଷକଙ୍କ ଆୟବୃଦ୍ଧି ନିମନ୍ତେ ନାବାର୍ଡ଼ର ଗୋପାଳନ ସମ୍ବନ୍ଧୀୟ ତାଲିମ

mahabharatanews

ଭୁବନେଶ୍ୱରର ପୂର୍ବତନ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପିଲ୍ଲାଙ୍କୁ ଚାକିରିରୁ ବରଖାସ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ପରିସ୍ରାରୁ କୁକୁର କରିବ କରୋନା ଚିହ୍ନଟ

mahabharatanews