ଓଡିଶା

ବୃଦ୍ଧି ପାଉଛି ହାତୀ ଆକ୍ରମଣ; ଜଣେ ପୂଜାରୀ ମୃତ

(ବଲାଙ୍ଗୀର) : ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଆକ୍ରମଣ ।  ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏହି କ୍ରମରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଜୁରାବନ୍ଧ ପଞ୍ଚାୟତ ମାଲପଡ଼ା ଗାଁର ଶିବ ମନ୍ଦିର ପୂଜାରୀଙ୍କ ମୃତ୍ୟୁ ହୋଇଛି।  ହାତୀଟି ଦିଲେଶ୍ବରଙ୍କ ବେକରେ ଦାନ୍ତ ଭୁସି ମାରି ଦେଇଥିଲା। ଘଟଣାସ୍ଥଳରେ ଦିଲେଶ୍ବରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପ୍ରଣୟ ମୁର୍ମୁ ଓ ରେଞ୍ଜର ଘଟଣାସ୍ଥଳକୁ ପହଞ୍ଚି ଥିଲେ। ପରେ କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚାନନାନୁଯାୟୀ ,  ମଙ୍ଗଳବାର ସକାଳ ୫ଟାରେ ଦିଲେଶ୍ବର ମାଲପଡ଼ା ଖୁଜେନବାହାଲ ରାସ୍ତା ପାଖ ପଡ଼ିଆକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ସେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଓ ହାତୀଟିକୁ ଘଉଡ଼ିବାକୁ ଗ୍ରାମବାସୀ ଦାବି କରିଥିଲେ। ସରକାରୀ ବ୍ୟବସ୍ଥା ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Related posts

ଦନ୍ତା ଆକ୍ରମଣ,ଜଣେ ମହିଳା ମୃତ 

mahabharatanews

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

mahabharatanews

ଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!

mahabharatanews