ଓଡିଶା

ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ

 (ବଡମ୍ବା) :  ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ । ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ପାଣି ପଶିବାରୁ କଟକଣା। କଟକଣା ଜାରି କଲେ ବଡ଼ମ୍ବା ତହସିଲଦାର । ଉପର ମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ପରେ ମହାନଦୀରେ ଜଳସ୍ତର ବଢିବାରେ ଲାଗିଛି । ତେଣୁ ନଦୀରେ ପ୍ରବଳ ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି ।

ସୂଚନାନୁଯାୟୀ ,  ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳିରେ ବନ୍ୟାଜଳ ପ୍ରବାହିତ ହେବା ନେଇ ସୂଚନା ଦେଇଛନ୍ତି ଏସଆରସି । ଦିନ ୧୨ଟା ସୁଦ୍ଧା ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବାହିତ ହେବ। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ନିର୍ଦ୍ଦେଶ । ଦିନ ୧୨ଟା ସୁଦ୍ଧା ମହାନଦୀର ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସଆରସି ।

Related posts

ନିୟମଗିରିରେ ଟୀକାକରଣ ଆରମ୍ଭ 

mahabharatanews

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଓଡ଼ିଆ ଯବାନଙ୍କ ହେବ ଶେଷକୃତ୍ୟ 

mahabharatanews

ନିର୍ଦ୍ଦେଶକ ସୁଧାକର ବସନ୍ତ ଗୁରୁତର 

mahabharatanews