ଭାରତ

ଆତଙ୍କବାଦୀଙ୍କ ଗୁଳିରେ ୩ ଯବାନ ସହିଦ

(ଜମ୍ମୁକାଶ୍ମୀର) : ଦିନକୁ ଦିନ ବୃଦ୍ଧି ପାଉଛି ଆତଙ୍କବାଦୀଙ୍କ ଉତ୍ପାତ । ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ କରି ସେନାର ୩ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ନିରାପତ୍ତା ବଳ ଦକ୍ଷିଣ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ହାଲାନ୍‌ ଅରଣ୍ୟାଞ୍ଚଳ ଉପର ପ୍ରାନ୍ତରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ସେଠାରେ ଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ପାଲଟା ଗୁଳି ଚାଳନା କଲା। ଗୁଳି ବିନିମୟ ସମୟରେ ନିରାପତ୍ତା ବଳର ୩ଜଣ ଯବାନ ଆହତ ହୋଇଥିଲେ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଲା।

 

 

 

 

Related posts

ପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ

mahabharatanews

ନୋଟକୁ ନେଇ ତେଜିଲା ରାଜନୀତି

mahabharatanews

ନିର୍ବାଚନ ଲଢ଼ିବେ ନାହିଁ କିରନ ଖେର

mahabharatanews