ବିଶ୍ୱ

ଜାହାଜ ବୁଡ଼ି ୪ ମୃତ ,୫୧ ନିଖୋଜ

(ୟୁରୋପ) : ଟ୍ୟୁନିସ୍‌ର କେର୍କେନା ଦ୍ବୀପକୁ ଘେରି ଥିବା ସମୁଦ୍ରରେ ପ୍ରବାସବାସୀଙ୍କୁ ନେଇ ଯାଉଥିବା ଗୋଟାଏ ଜାହାଜ ବୁଡ଼ିଯିବାରୁ  ୪ ମୃତ୍ୟୁ ହୋଇଥିବା ବେଳେ ୫୧ଜଣ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଦେଶର ଗୃହମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ଜୁଲାଇ ୨୦ ତାରିଖ ସୁଦ୍ଧା ଟ୍ୟୁନିସୀୟ ତଟରକ୍ଷୀ ଉପକୂଳବର୍ତ୍ତୀ ସମୁଦ୍ର ଜଳରାଶିରୁ ବୁଡ଼ି ଯାଇଥିବା ୯୦୧ ଜଣ ପ୍ରବାସୀଙ୍କ ଶବ ଉଦ୍ଧାର କରିଛନ୍ତି। ଚଳିତ ବର୍ଷ ଏହି ଉତ୍ତର ଆଫ୍ରିକୀୟ ଦେଶରୁ ରେକର୍ଡ ସଂଖ୍ୟକ ଲୋକ ପ୍ରବାସ ଯାତ୍ରା କରୁଛନ୍ତି। ତା’ସହିତ ଏହି ଉପ-ସାହାରୀୟ ଆଫ୍ରିକାରୁ ଇଟାଲୀୟ ଉପକୂଳକୁ ଯାତ୍ରା କରୁଥିବା ପ୍ରବାସୀଙ୍କ ନାବ ବା ଜାହାଜଗୁଡ଼ିକ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଉଛି।

Related posts

ବାବାର କାଟିଲେ କୋହଲିଙ୍କ ସର୍ବକାଳୀନ ଟି-୨୦ ରେକର୍ଡ ।

mahabharatanews

ଟ୍ୱିଟରକୁ ଫେରିଲା ନୀଳ ପକ୍ଷୀ

mahabharatanews

ଆମେରିକାରେ ଭାରତୀୟ ଛାତ୍ରକୁ ଗୁଳି ମାଡ

mahabharatanews