ଓଡିଶା

ଲୋକେ ଜାଳିଦେଲେ ପୋଲିସ ଷ୍ଟେସନ , ୧୪୪ ଧାରା ଲାଗୁ 

(କନ୍ଧମାଳ) : ପୋଲିସ ଉପରେ ତାତିଲେ ଲୋକେ । ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଦେଖିବାକୁ ମିଳିଛି ଭୟାନକ ପରିସ୍ଥିତି । ହଠାତ୍‌ ଥାନା ଉପରେ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଜନତା। ଥାନା ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ଯାହା ପାଇଲେ ଜାଳିଲେ।

ସୂଚନାନୁଯାୟୀ ,  ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ଆଜି ହିଂସାତ୍ମକ ମୋଡ଼ ନେଇଥିଲା। ଶତାଧିକ ଲୋକ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍‌ଖାନାରେ ଗଚ୍ଛିତ ଗଞ୍ଜେଇ ବାହାରେ ଗଦାକରି ନିଆଁ ଲଗାଇ ଦେଇଥିଲେ। ଏହାସହ ଜବତ ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରୁ କିଛି ବନ୍ଧୁକ ମଧ୍ୟ ଲୁଟି ନେଇଥିବା ପୁଲିସ କହିଛି। ସେହିପରି ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି।

Related posts

କରୋନା ପାଇଁ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ସହାୟତା

mahabharatanews

୧୫ ଦାଦନ ଶ୍ରମିକକୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

mahabharatanews

ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

mahabharatanews