ବିଶ୍ୱ

 ଗାଜାରେ ପ୍ରବଳ ବୋମା ବିସ୍ଫୋରଣ

(ଦିଲ୍ଲୀ) : ଇସ୍ରାଏଲ ଉପରେ ହମାସର ଗୁପ୍ତ ଆକ୍ରମଣ ପରେ ଇସ୍ରାଏଲ୍ ସୈନ୍ୟବାହିନୀ ପ୍ରାୟ ଏକୋଇଶି ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାରେ ପ୍ରବଳ ବୋମା ବିସ୍ଫୋରଣ କରିଛନ୍ତି। ପାଞ୍ଚ ଦିନ ମଧ୍ୟରେ ୯୦୦ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୨ ,୬୦ ,୦୦୦ ଲୋକ ଭୂମିହୀନ ହୋଇଯାଇଥିବା ନେଇ ସୂଚନା ରହିଛି ।

 ଇସ୍ରାଏଲ୍ ଯବାନମାନେ କୋଠା, ବିଦ୍ୟାଳୟ, ଡାକ୍ତରଖାନା ଏବଂ ମସଜିଦକୁ ଟାର୍ଗେଟ କରିଛନ୍ତି ଏବଂ ଏହି କୋଠାଗୁଡ଼ିକ ଧ୍ୱଂସ ହୋଇଯାଇଛି। ଦୁଇ ଦିନ ପୂର୍ବେ ଇସ୍ରାଏଲ୍ ସେନା ପାଲେଷ୍ଟାଇନୀୟମାନଙ୍କୁ ଗାଜା ଛାଡି ପଳାଇଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗାଜା ଷ୍ଟ୍ରିପ୍ ରୁ ଇସ୍ରାଏଲ୍ ଏକମାତ୍ର ମାର୍ଗ ବନ୍ଦ କରି ଦେଇଛି। ତେବେ ଯେତେବେଳେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ ଜାରି ରଖିଛି ସେତେବେଳେ ଗାଜାନମାନେ ସେହି ସ୍ଥାନରୁ ଅନ୍ୟ କେଉଁଠିକୁ ଯିବା ପାଇଁ ବାଟ ପାଉ ନାହାଁନ୍ତି।

Related posts

ଭୁକମ୍ପ ଝଟକାରେ ଥରିଲା ଆମେରିକା, ସତର୍କ ସୂଚନା ଜାରି

mahabharatanews

ନାନସୀ ପେଲୋସିଙ୍କ ଗସ୍ତକୁ ନେଇ ଚିନ ଆମେରିକା ମଧ୍ୟରେ ତିକ୍ତତା

mahabharatanews

ଖାଦ୍ୟ ଉପରେ ଯୁଦ୍ଧର ପ୍ରଭାବ

mahabharatanews