ଓଡିଶା

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

(ମାଲକାନଗିରି) : ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଆମପଦର-ଏଲକାନୁର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ ହୋଇଛି । ଆଜି ଏହି ଅଞ୍ଚଳରେ ଭେଜାଙ୍ଗିବାଡ଼ାରେ ମୁତୟନ ହୋଇଥିବା ୧୪୨ ବାଟାଲିୟନ ବିଏସ୍‌ଏଫ୍‌ ଯବାନ ସର୍ଚ୍ଚ ଅପରେସନ କରୁଥିଲେ।

 

ସୂଚନାନୁଯାୟୀ , ଗୋଟିଏ ସ୍ଥାନରେ ସନ୍ଦେହ ହେବାରୁ ଯବାନମାନେ ଖୋଳିବା ଆରମ୍ଭ କରିଥିଲେ। କାରଣ ମାଟି ତଳେ ଗୋଟିଏ ୩୦୩ ବନ୍ଧୁକ, ୧୧ଟି ଏସ୍‌ବିଏମ୍‌ଏଲ୍‌ ବନ୍ଧୁକ, ତିନୋଟି ହାତ ତିଆରି ବନ୍ଧୁକ, ଏଲ୍‌ଏମ୍‌ଜି ସ୍ପେଆର ବ୍ୟାରେଲ ଦୁଇଟି, ଗୋଟିଏ ୩୦୩ ବନ୍ଧୁକ ମାଗାଜିନ, ୧୫ଟି ଗ୍ରେନେଡ୍‌, ଗୋଟିଏ ଗ୍ରେନେଡ୍‌ ଲକ୍, ଦୁଇଟି ମୋର୍ଟାର ବମ, ଗ୍ୟାସ ୱେଲଡିଂ ମେସିନ ରେଗୁଲେଟର, ଗୁଳିଭର୍ତ୍ତି ୩ଟି କ୍ୟାଟ୍ରିଜ୍, ୨୫୦ମିଟର ବିଦ୍ୟୁତ୍ ତାର, ହାତ ତିଆରି ରକେଟ ଲଞ୍ଚର, ୨୯ଟି ଜିଲୋଟିନ୍‌ ଷ୍ଟିକ୍‌, ୩୦ଟି ଡେଟୋନେଟର, ୫ପ୍ୟାକେଟ ଆଲୁମିନିୟମ ନାଇଟ୍ରେଟ, ୯ଟି ସିନ୍ଥେଟିକ୍‌ ୱେଷ୍ଟ ବେଲ୍ଟ ରହିଥିଲା। ସୁରକ୍ଷା କର୍ମୀଙ୍କ ଉପରେ ଅତର୍କିତ ଆକ୍ରମଣ ପାଇଁ ମାଓବାଦୀ ଏହାକୁ ଲୁଚାଇ ରଖିଥିଲେ। ଏତେ ପରିମାଣରେ ହତିଆର ଜବତ ହେବା ମାଓବାଦୀଙ୍କ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି।

Related posts

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

mahabharatanews

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା

mahabharatanews

ମହାକାଳେଶ୍ୱର ମନ୍ଦିର ପ୍ରତିଷ୍ଠା ଅବସରରେ ଗାୟତ୍ରୀ ମହାଯଜ୍ଞ ଆୟୋଯିତ

mahabharatanews