ଓଡିଶା

ସାଇବର ସୁରକ୍ଷା ସଚେତନ କରାଇଲେ ନୟାଗଡ଼ ଏସ ଡ଼ି ପି ଓ

ନୟାଗଡ଼ ଜିଲ୍ଲା ପୋଲିସ ପ୍ରଶାସନ ଓ ନୂଆଗାଁ ପୋଲିସର ସହଭାଗିତାରେ ବ୍ଲକ ସଦରମହକୁମା ନିକଟରେ ଥିବା ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ନୟାଗଡ଼ ଏସଡ଼ିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗଦେଇ ଆଜିକାଲି ଛୋଟ ପିଲାଙ୍କ ଠାରୁ କଲେଜ ଛାତ୍ରଛାତ୍ରୀ ଓ ଯୁବ ପିଢ଼ି ସାଇବର ଠକାମିରେ ଶିକାର ହୋଇଥାନ୍ତି ଏଥିରୁ କିଭଳି ନିବୃତ ରହିବେ ସେ ନେଇ ନୟାଗଡ଼ ଏସ.ଡ଼ି.ପି.ଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଛାତ୍ର ଛାତ୍ରୀ ଓ ଲୋକମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୂଆଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଳ, ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ,ଅତିରିକ୍ତ ଶିକ୍ଷା ଅଧିକାରିଣୀ ଜ୍ୟୋସ୍ନା ରାଣୀ ସେଠି, ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ନୂଆଗାଁ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସୁରେଶ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଶିକ୍ଷକ କୈଳାଶ ଚନ୍ଦ୍ର ନାଏକ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Related posts

୧ କୁଇଣ୍ଟାଲ ୨୦ କିଲୋ ଗଞ୍ଜେଇ ଜବତ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୩ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଜଳ ସମ୍ପଦ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

mahabharatanews