ବିଶ୍ୱ

ଚୀନରେ ପ୍ରବଳ ବର୍ଷା ; ଭୁଶୁଡି ପଡିଛି ୪୦,୯୦୦ ଘର 

(ଚୀନ): ଲଗାତାର ବର୍ଷା ହେତୁ ଚୀନ୍‌ବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଚୀନ୍‌ର ଉତ୍ତରାଞ୍ଚଳରେ ରେକର୍ଡ ବର୍ଷା ହୋଇଛି। ପ୍ରବଳ ବର୍ଷା ଏବଂ ବନ୍ୟାଜନିତ କାରଣ ପାଇଁ ଚୀନ୍‌ରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି। ୪୦,୯୦୦ ଘର ଭୁଶୁଡ଼ି ପଡ଼ିଛି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି।

ସୂଚନାନୁଯାୟୀ , ହୁବେଇ ପ୍ରଦେଶରେ ବନ୍ୟା ଯୋଗୁଁ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ବେଜିଂରେ ୨ ଉଦ୍ଧାର କର୍ମୀଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଜିଲିନ ପ୍ରଦେଶର ଉତ୍ତର ପୂର୍ବାଞ୍ଚଳରେ ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଚୀନ୍‌ରେ ଆଉ ଏକ ଲଘୁଚାପ ହେବାର ଥିବାରୁ ଆସନ୍ତା ସପ୍ତାହାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related posts

ବ୍ରିକ୍ସ ଦେଶ ଗୁଡିକୁ ଧମକ ଦେବା ପଛରେ ରହିଛି ଏହି କାରଣ

mahabharatanews

ଋଷ ସହିତ ଏକ ଶାନ୍ତି ଚୁକ୍ତିନାମା କରିବାକୁ ପ୍ରସ୍ତୁତ ଅଛନ୍ତି ଜେଲେନସ୍କି

mahabharatanews

ଇରାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

mahabharatanews