ବିଶ୍ୱ

ଚୀନରେ ପ୍ରବଳ ବର୍ଷା ; ଭୁଶୁଡି ପଡିଛି ୪୦,୯୦୦ ଘର 

(ଚୀନ): ଲଗାତାର ବର୍ଷା ହେତୁ ଚୀନ୍‌ବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଚୀନ୍‌ର ଉତ୍ତରାଞ୍ଚଳରେ ରେକର୍ଡ ବର୍ଷା ହୋଇଛି। ପ୍ରବଳ ବର୍ଷା ଏବଂ ବନ୍ୟାଜନିତ କାରଣ ପାଇଁ ଚୀନ୍‌ରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି। ୪୦,୯୦୦ ଘର ଭୁଶୁଡ଼ି ପଡ଼ିଛି। ହଜାର ହଜାର ଏକର ଜମିରେ ଫସଲ ନଷ୍ଟ ହୋଇଯାଇଛି।

ସୂଚନାନୁଯାୟୀ , ହୁବେଇ ପ୍ରଦେଶରେ ବନ୍ୟା ଯୋଗୁଁ ୨୯ ଜଣଙ୍କ ମୃତ୍ୟୁ ହୋଇଛି। ୧୬ ଜଣ ଏବେ ବି ନିଖୋଜ ଅଛନ୍ତି। ବେଜିଂରେ ୨ ଉଦ୍ଧାର କର୍ମୀଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଜିଲିନ ପ୍ରଦେଶର ଉତ୍ତର ପୂର୍ବାଞ୍ଚଳରେ ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଚୀନ୍‌ରେ ଆଉ ଏକ ଲଘୁଚାପ ହେବାର ଥିବାରୁ ଆସନ୍ତା ସପ୍ତାହାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related posts

ପୁଣି ଜୁକରବର୍ଗଙ୍କୁ ଲଢ଼େଇ ପାଇଁ ଚ୍ୟାଲେଞ୍ଜ ଦେଲେ ଏଲନ୍ ମସ୍କ

mahabharatanews

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

mahabharatanews

ନୋଏଡାର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ

mahabharatanews