ଭାରତ

ଶିମଲାରେ ଭୂସ୍ଖଳନ ,୭୫୨ଟି ରାସ୍ତା ବନ୍ଦ

(ହିମାଚଳ) : ଲଗାତାର ଭାବେ ହିମାଚଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ଅନେକ ଧନଜୀବନ ନଷ୍ଟ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟଣା ଦିନକୁ ଦିନ ବଢିଚାଲିଛି । ରାଜଧାନୀ ଶିମଲାର କ୍ରିଷ୍ଣା ନଗର ଅଞ୍ଚଳରେ ଭୂସ୍ଖଳନ ଘଟିଛି, ଯେଉଁଥିରେ ଅନେକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ବିପର୍ଯ୍ୟୟ ଯୋଗୁଁ ରାଜ୍ୟର ୭୫୨ଟି ରାସ୍ତା ବନ୍ଦ ରହିଛି।

ସୂଚନାନୁଯାୟୀ , ଶିମଲାରେ ଘଟିଥିବା ଏହି ଘଟଣା ସମୟରେ ଲାଲପାଣି ଅଞ୍ଚଳରେ ଥିବା ସ୍ଲଟର ହାଉସର କୋଠା ମଧ୍ୟ ହଠାତ୍ ଭୁଶୁଡ଼ି ପଡ଼ିଥିବା ବେଳେ ଭୂସ୍ଖଳନ ଯୋଗୁଁ ୫ରୁ ଅଧିକ ଘର ଓ ଅନେକ ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସ୍ଲଟର ହାଉସ୍ କୋଠା ଭୁଶୁଡ଼ି ପଡ଼ିବା ରୁ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଗଛ ପଡ଼ିବାରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏକ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related posts

ସରକାର ଗଢ଼ିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କଲେ ଭଗବନ୍ତ ମାନ୍

mahabharatanews

ମରିଗଲା ମାନବିକତା ; ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଉଲ୍ଲଗ୍ନ କରି ବୁଲାଇଲେ 

mahabharatanews

ବସ୍‌ରେ ଅଗ୍ନିକାଣ୍ଡ: ୫ ଯାତ୍ରୀ ଜୀବନ୍ତ ଦଗ୍ଧ

mahabharatanews