ଭାରତ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ

(ଦିଲ୍ଲୀ) : ଆଜିଠାରୁ ଉଦ୍ୟାନ ଉତ୍ସବ-୨  ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଏକ ମାସ ଧରି ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ । ଗତକାଲି ଉଦ୍ୟାନ ଉତ୍ସବ-୨ କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ।

ସୂଚନାନୁଯାୟୀ ,  ଅଗଷ୍ଟ ୭ ତାରିଖରୁ ଅନଲାଇନ ବୁକିଂ ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଉଦ୍ୟାନ ଖୋଲିବା ସମୟ । ସେହିପରି ସେପ୍ଚେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ରାଷ୍ଟ୍ରିପତି ଭବନର ଅମୃତ ଉଦ୍ୟାନ ଖୋଲାଯିବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇ ଥର ଖୋଲାଯିବ ।

Related posts

ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା

mahabharatanews

 କୁପ୍‌ୱାଡ଼ାରେ ୪ ଆତଙ୍କବାଦୀ ନିହତ

mahabharatanews

ବାଂଲାଦେଶର ଟ୍ରେନରେ ଅଗ୍ନିକାଣ୍ଡ, ୪ ମୃତ

mahabharatanews