Uncategorized

ହରିଣାୟା ଦଙ୍ଗା; ଗିରଫ ହେଲେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ

 (ହରିୟାଣା) :ଗିରଫ ହେଲେ  ହରିଣାୟାର ନୁହରେ ହୋଇଥିବା ଦଙ୍ଗା ମାମଲାରେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ । ମଙ୍ଗଳବାର ଗିରଫ କରିଛି ହରିୟାଣା ପୁଲିସ । ବଜରଙ୍ଗ ଦଳର ଫରିଦାବାଦ ୟୁନିଟ୍ର ମୁଖ୍ୟ ବିଟ୍ଟୁ ଏହି ହିଂସା ପୂର୍ବରୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନାନୁଯାୟୀ ,ମେୱାତର ମୁସଲମାନମାନଙ୍କୁ ବଜରଙ୍ଗୀ କହିଥିଲା ଯେ ମୁଁ ମୋ ଶ୍ବଶୂର ଘରକୁ ଆସୁଛି, ତୁମେ ତୁମ ଭିଣୋଇଙ୍କୁ ସ୍ୱାଗତ କରିବ ନାହିଁ କି? ଏହାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଥିଲା । ଏହା ପରେ ବିଶ୍ୱ ହିନ୍ଦୁ ପରିଷଦ ଯାତ୍ରା ଉପରେ ପଥର ମାଡ଼ ପରେ ନୁହରେ ହିଂସା ଆରମ୍ଭ ହୋଇଥିଲା। ହିଂସା କାଣ୍ଡର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।  ଜୁଲାଇ ୩୧ରେ ବିଶ୍ୱ ହିନ୍ଦୁ ପରିଷଦ ଯାତ୍ରା ଉପରେ ଜନତା ଆକ୍ରମଣ କରିବା ପରେ ନୁହରେ ହିଂସା କାଣ୍ଡ ଘଟିଥିଲା। ପରେ ଏହି ହିଂସାର ନିଆଁ ଗୁରୁଗ୍ରାମ ସମେତ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା। ଏହି ଦଙ୍ଗା ପରେ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ନୁହରେ ମୋବାଇଲ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ପରେ ଏହାକୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Related posts

କେନାଲରେ କାର ଖସି ୫ ମାତ

mahabharatanews

ଦେଶରେ ଗୋଟିଏ ଦିନରେ ୧୪ ହଜାର ୯୩୨ନୂଆ ଆକ୍ରାନ୍ତ

mahabharatanews

୭୫ ଟଙ୍କିଆ କଏନ ଉନ୍ମୋଚିତ କଲେ ଧାନମନ୍ତ୍ରୀ

mahabharatanews