ଓଡିଶା

ମଣିଷଖିଆ କୁମ୍ଭୀରର ଉତ୍ପାତ ; ମହିଳା ମୃତ 

(ପାଲଟପୁର) :ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୁମ୍ଭୀର ଆକ୍ରମଣ ।  ପୁଣି ଆଉଥରେ ମହିଳାଙ୍କୁ ନଦୀକୁ ଟାଣି ନେଲା କୁମ୍ଭୀର । ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଞ୍ଚାୟତ ପାଲଟପୁର ଗାଁରେ ଏହି ଅଘଟଣ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ସୂଚନା ଅନୁଯାୟୀ, ବରୀ ବ୍ଲକ ପାଲଟପୁର ଗାଁର ଅନାମ ଜେନାଙ୍କ ପତ୍ନୀ ଜୋତ୍ସାରାଣୀ ଜେନା ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ନଦୀରେ ଲୁଗା ସଫା କରିବା ବେଳେ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା । ଗାଁ ଲୋକଙ୍କ ଖବର କ୍ରମେ ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । କିନ୍ତୁ ସେତେବେଳେକୁ କୁମ୍ଭୀରଟି ମହିଳାଙ୍କ ଶରୀର ଆଉ ଅଳ୍ପ କିଛି ଅଂଶ ଛାଡି ସବୁ ଖାଇ ଦେଇଥିଲା ।

Related posts

ସୁରତରେ ଫସିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ କେଦ୍ରମନ୍ତ୍ରୀଧର୍ମେଦ୍ର ପ୍ରଧାନ 

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି

mahabharatanews

ଯୁକ୍ତିତର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା

mahabharatanews